29.1 C
Bhubaneswar
Thursday, April 25, 2024
Homeଓଡିଶା୨୦ ଫୁଟ୍ ତଳକୁ ଖସିଲା ଅଟୋ

୨୦ ଫୁଟ୍ ତଳକୁ ଖସିଲା ଅଟୋ

ବୌଦ୍ଧ: ଦିନକୁ ଦିନ ସଡକ ଦୁର୍ଘଟଣା ବଢିବାରେ ଲାଗିଛି । ତେବେ ଗାଡି ଚାଳକଙ୍କ ବେପରୁଆ ଗାଡି ଚାଳନ ହେତୁ ଏଭଳି ଦୁର୍ଘଟଣା ଘଟୁଥିବା ଜଣାପଡିଛି । କେତେବେଳେ ଗାଡି ଚାଳକ କିଛି ନିଶାଦ୍ରବ୍ୟ ସେବନ କରି ନିଜ ଜୀବନ ହାରୁଛନ୍ତି ତ କେତେବେଳେ ଆଉ କାହାର ଜୀବନ ନେଉଥିବା ଜଣାପଡିଛି । ତେବେ ଏଭଳି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ବୌଦ୍ଧ ଜିଲ୍ଲା ମାରଦିଙ୍ଗି ଛକ ନିକଟରେ ହୋଇଥିବା ଜଣାପଡିଛି । ଏକ ଅଟୋ ଭାରସାମ୍ୟ ହରାଇ ୨୦ ଫୁଟ୍ ତଳକୁ ଖସି ପଡ଼ିଛି । ଦୁର୍ଘଟଣାରେ ୮ ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ୨ ଜଣଙ୍କ ଅବସ୍ଥା ଗୁରୁତର ଅଛି । ୨ଜଣ ଗୁରୁତରଙ୍କୁ ବୌଦ୍ଧ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଅନ୍ୟମାନଙ୍କୁ ପୁରୁଣା କଟକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ପରେ ସେମାନଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡି ଦିଆଯାଇଥିବା ଜଣାପଡିଛି । ପୁଲିସ୍ ଘଟଣାର ତଦନ୍ତ କରିବା ସହ ଅଟୋକୁ ଜବତ କରିଛି ।
https://onakhabar.com/2019/12/11/youth-died-in-electric-shock/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking