29.1 C
Bhubaneswar
Saturday, May 4, 2024
Homeଓଡିଶାହାଇୱା ଧକ୍କାରେ ୩ ମୃତ

ହାଇୱା ଧକ୍କାରେ ୩ ମୃତ

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଳା ବିନିକା ଥାନା ଅରିଗାଁ ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ଜଣଙ୍କର ମୃତ୍ୟୁହୋଇଛି । ସୁଚନା ଅନୁଯାୟୀ ବରଗଡ଼ ଜିଲ୍ଲା ଭେଡେନ ଥାନା ବଏପୁର ଗାଁରୁ ଝିଅ ଦେଖିବା ପାଇଁ କିଛିଲୋକ ବିନିକା ଥାନା ବଲାରଙ୍ଗା ଗ୍ରାମକୁ ଆସିଥିଲେ । ଝିଅ ଦେଖି ଫେରୁଥିବାବେଳେ ଅରିଗାଁ ଠାରେ ପାଣି ପିଇବା ପାଇଁ ସେମାନେ ଅଟକିଥିଲେ । ତେବେ ଗୋଡ଼ଭଗା ପଟରୁ ଏକ ହାଇୱା(ଓଡି୧୫ଡି-୦୮୨୨) ଦ୍ରୁତଗତିରେ ଆସି ଏମାନଙ୍କ ଉପରକୁ ମାଡ଼ିଯାଇଥିଲା ।

ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ବିନିକା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ହେଲେ ଡାକ୍ତର ୩ଜଣଙ୍କୁ ମୃତ ଘୋଷଣା କରିଥିଲେ । ଗୁରୁତର ବ୍ୟକ୍ତିଙ୍କୁ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ମୃତକ ହେଲେ ଭେଡେନ ଥାନା ବାଏପୁର ଗାଁର ଗୌର ମାଝୀ, ଗୋବିନ୍ଦ ବଗର୍ତ୍ତି ଓ ଜନାର୍ଦ୍ଦନ ବାରିକ । ଆହତ ବ୍ୟକ୍ତି ଜଣକ ହେଲେ ରୂପାପାଲି ଗାଁର ବରୁଣ ଭୋଇ । ବିନିକା ପୁଲିସ ଘଟଣାସ୍ଥଳରେ ପହଞ୍ଚି ହାଇୱା ଜବତ କରିବା ସହ ଚାଳକକୁ ଅଟକରଖି ତଦନ୍ତ କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking