32.1 C
Bhubaneswar
Saturday, May 18, 2024
Homeଦେଶ ବିଦେଶଢାବାକୁ ମାଡ଼ିଗଲା ଟ୍ରକ୍‌: ୩ ମୃତ, ୩ ଗୁରୁତର

ଢାବାକୁ ମାଡ଼ିଗଲା ଟ୍ରକ୍‌: ୩ ମୃତ, ୩ ଗୁରୁତର

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଇଟାବାରେ ଶନିବାର ରାତିରେ ଏକ ଢାବା ଉପରେ ଟ୍ରକ୍‌ଟିଏ ଚଢ଼ି ଯିବାରୁ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଇକଦିଲ ଥାନା ଅନ୍ତର୍ଗତ ମାଣିକପୁର ନିକଟରେ ଘଟିଛି ଏହି ଦୁର୍ଘଟଣା। ଟ୍ରକ୍‌ଟିରେ ଝାରଖଣ୍ଡର ନମ୍ବର ପ୍ଲେଟ୍ ଲାଗିଛି। ଏହା କାନପୁର ଆଡୁ ଆସୁଥିଲା ଓ ଦିଲ୍ଲୀ ଅଭିମୁଖେ ଯାଉଥିଲା। ପୁଲିସ୍ ଟ୍ରକ୍‌କୁ ଜବତ କରିଛି। ତା’ ସହିତ ଡ୍ରାଇଭରଙ୍କୁ ଗିରଫ କରିଛି। ଡ୍ରାଇଭର ନିଶାସକ୍ତ ଅବସ୍ଥାରେ ଗାଡ଼ି ଚଲାଉଥିବା ଜଣାପଡ଼ିଛି। ଇଟାବାର ଜଣେ ପୁଲିସ୍ ଅଧିକାରୀ କହିଛନ୍ତି ଯେ ଡ୍ରାଇଭର ମଦ ପିଇ ଗାଡ଼ି ଚଲାଉଥିବାରୁ ଏହି ଦୁର୍ଘଟଣା ଘଟିଛି। ଏନେଇ ଅଧିକ ତଦନ୍ତ ଚାଲିଛି। ତିନି ଗୁରୁତର ଆହତଙ୍କୁ ଇଟାବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking