30.1 C
Bhubaneswar
Saturday, May 18, 2024
Homeଦେଶ ବିଦେଶଜାହାଜ ଦୁର୍ଘଟଣା; ବୁଡ଼ିଗଲେ ମହିଳା ଓ ଶିଶୁଙ୍କ ସମେତ ୬୧ ଶରଣାର୍ଥୀ

ଜାହାଜ ଦୁର୍ଘଟଣା; ବୁଡ଼ିଗଲେ ମହିଳା ଓ ଶିଶୁଙ୍କ ସମେତ ୬୧ ଶରଣାର୍ଥୀ

ଟ୍ରିପୋଲି: ଲିବ୍ୟା ଉପକୂଳଠାରୁ ଦୂର ଭୂମଧ୍ୟସାଗରରେ ଗୋଟାଏ ଜାହାଜ ଦୁର୍ଘଟଣାଗ୍ରସ୍ତ ହେବାରୁ ମହିଳା ଓ ଶିଶୁଙ୍କ ସମେତ ଅନ୍ୟୂନ ୬୧ଜଣ ଶରଣାର୍ଥୀ ଓ ରାଜନୈତିକ ଆଶ୍ରୟ ଆଶାୟୀ ବୁଡ଼ିଯାଇଥିବା କଥା ‘ଇଣ୍ଟର୍‌ନ୍ୟାସ୍‌ନାଲ୍‌ ଅର୍ଗାନାଇଜେସନ୍‌ ଫର୍‌ ମାଇଗ୍ରେସନ’ (ଆଇଓଏମ୍‌) କହିଛି। ଏହି ଜାହାଜରେ ୮୬ଜଣ ଲୋକ ଯାତ୍ରା କରୁଥିଲେ ବୋଲି ଦୁର୍ଘଟଣାରୁ ବର୍ତ୍ତି ଯାଇଥିବା ଲୋକମାନଙ୍କଠାରୁ ତଥ୍ୟ ସଂଗ୍ରହ କରି ଗତରାତିରେ ଲିବ୍ୟାସ୍ଥିତ ଏହି ସଙ୍ଗଠନର କାର୍ଯ୍ୟାଳୟ ସୂଚନା ଦେଇଛି। ଜାରି କରିଥିବା ବିବୃତିରେ ‘ଆଇଓଏମ୍‌’ କହିଛି, ଲିବ୍ୟାର ଉତ୍ତରପଶ୍ଚିମ ଉପକୂଳରେ ଅବସ୍ଥିତ ଜୁୱାରା ନଗରୀରୁ ଯାତ୍ରା ଆରମ୍ଭ କରିଥିବା ଉକ୍ତ ଜାହାଜଟି ସମ୍ଭବତଃ ଉତ୍ତାଳ ଢେଉଦ୍ବାରା ଓଲଟି ପଡ଼ିବାରୁ ଏତେ ସଂଖ୍ୟକ ପ୍ରବାସୀଙ୍କର ମୃତ୍ୟୁ ଘଟିଲା।

ଇଟାଲି ବାଟ ଦେଇ ୟୁରୋପରେ ପହଞ୍ଚିବା ଆଶାରେ ବିପଜ୍ଜନକ ଜଳଯାତ୍ରା କରୁଥିବା ଶରଣାର୍ଥୀ ଓ ରାଜନୈତିକ ଆଶ୍ରୟ ଆଶାୟୀମାନଙ୍କ ପାଇଁ ଯାତ୍ରା କରିବାର ଦୁଇଟି ପ୍ରମୁଖ ସ୍ଥାନ ହେଉଛି ଲିବ୍ୟା ଏବଂ ଟୁନିସିଆ। ଗତକାଲି ଜାହାଜ ଦୁର୍ଘଟଣାରେ ବୁଡ଼ିଯାଇଥିବା ଲୋକମାନଙ୍କ ମଧ୍ୟରୁ ଅଧିକାଂଶ ଥିଲେ ନାଇଜେରିଆ, ଗାମ୍ବିଆ ଓ ଅନ୍ୟାନ୍ୟ ଆଫ୍ରିକୀୟ ଦେଶର ବାସିନ୍ଦା ବୋଲି ‘ଆଇଓଏମ୍‌’ କାର୍ଯ୍ୟାଳୟ କହିଛି। ଦୁର୍ଘଟଣାସ୍ଥଳରୁ ପ୍ରାୟ ୨୫ଜଣ ଲୋକଙ୍କୁ ଉଦ୍ଧାର କରାଯାଇ ଲିବ୍ୟାସ୍ଥିତ ଅଟକ କେନ୍ଦ୍ରକୁ ପଠାଯାଇଛି। ଉଦ୍ଧାର କରାଯାଇଥିବା ଲୋକମାନଙ୍କୁ ଡାକ୍ତରୀ ଚିକିତ୍ସା ଯୋଗାଇ ଦିଆଯାଇଛି ଓ ସେମାନଙ୍କ ଅବସ୍ଥା ଭଲ ଥିବା କଥା ‘ଆଇଓଏମ୍‌’ କହିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking