ଚିତ୍ରକୋଣ୍ଡା: ଟ୍ରାକ୍ଟର ଓଲଟି ଜଣେ ଶିଶୁ ସମେତ ୩ ମୃତ ଓ ୭ ଜଣ ଆହତ ହୋଇଛନ୍ତି । ଦଶାହ କାର୍ଯ୍ୟସାରି ଫେରୁଥିବା ସମୟରେ ଟ୍ରାକ୍ଟର ଓଲଟି ପଡ଼ିଥିଲା । ଏଭଳି ଦୁଃଖଦ ଘଟଣା ସ୍ୱାଭିମାନ ଅଞ୍ଚଳର ବଡ଼ପଡ଼ା ପଞ୍ଚାୟତର ଖାରିମାଳରେ ଘଟିଛି । ସମସ୍ତ ୭ଜଣ ଆହତଙ୍କୁ ଜାନବାଈ ମେଡିକାଲରେ ଭର୍ତ୍ତି କରାଯାଇଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।