27.4 C
Bhubaneswar
Thursday, May 14, 2026
Homeଓଡିଶାଟ୍ରକ୍‌କୁ ପିଟିଲା କାର୍‌, ଆଖି ବୁଜିଲେ ଦମ୍ପତି, ୩ ଗୁରୁତର

ଟ୍ରକ୍‌କୁ ପିଟିଲା କାର୍‌, ଆଖି ବୁଜିଲେ ଦମ୍ପତି, ୩ ଗୁରୁତର

ଯାଜପୁର : ଯାଜପୁର ଜିଲ୍ଲା ପାଣିକୋଇଲି ଛକ ଶର୍ମା ପେଟ୍ରୋଲ ପମ୍ପ ନିକଟରେ ଗତକାଲି ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ ଛିଡ଼ା ହୋଇଥିବା ଟ୍ରକ୍‌କୁ ପିଟିଲା ଦ୍ରୁତ ଗତିରେ ଆସୁଥିବା କାର୍‌ । ଫଳରେ ଘଟଣାସ୍ଥଳରେ ଦମ୍ପତିଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି ।

ମୃତକଦ୍ୱୟ ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳର ବିନୋଦ ଜେନା ଓ ତାଙ୍କ ପତ୍ନୀ ସୁମାତ୍ରା ଜେନା ବୋଲି ଜଣାଯାଇଛି। ଗତକାଲି ଦମ୍ପତିଙ୍କ ସମେତ ୫ ଜଣ ଏକ କାର୍‌ ଯୋଗୁ କଟକରୁ ବାଲେଶ୍ୱର ଫେରୁଥିଲେ। ଗାଡ଼ିଟି ଦ୍ରୁତ ଗତିରେ ଯାଉଥିବା ବେଳେ ପାଣିକୋଇଲି ନିକଟରେ ରାସ୍ତାରେ ଛିଡ଼ା ହୋଇଥିବା ଏକ ଟ୍ରକ୍‌କୁ ପିଟିଥିଲା। ଖବର ପାଇ ସଙ୍ଗେସଙ୍ଗେ ପୁଲିସ୍‌ ପହଞ୍ଚି କାର୍‌ରୁ ସମସ୍ତଙ୍କୁ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲକୁ ପଠାଇଥିଲା। ସେଠାରେ ଡାକ୍ତର ବିନୋଦ ଓ ତାଙ୍କ ପତ୍ନୀ ସୁମାତ୍ରାଙ୍କୁ ମୃତ ଘୋଷଣା କରିଥିଲେ। ୩ ଆହତଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ପୁଲିସ୍‌ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking