40.1 C
Bhubaneswar
Thursday, April 25, 2024
Homeଓଡିଶାବାଇକ ଦୁର୍ଘଟଣାଗ୍ରସ୍ତ, ଜଣେ ମୃତ

ବାଇକ ଦୁର୍ଘଟଣାଗ୍ରସ୍ତ, ଜଣେ ମୃତ

ମୟୂରଭଞ୍ଜ : କରୋନା କଟକଣା ହେଲା କାଳ। ବାଇକ ଦୁର୍ଘଟଣାଗ୍ରସ୍ତ ହୋଇ ଜଣକର ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଗୁରୁତ୍ତର ଅବସ୍ଥାରେ ଦମକଳ ବାହିନୀ ଦ୍ଵାରା ଉଦ୍ଧାର ଡାକ୍ତରଖାନାରେ ଭର୍ତ୍ତି। ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅଞ୍ଚଳରେ। ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବିଜାତଳା ବ୍ଲକ ନିକଟସ୍ଥ ଦାମୁଡିଗୋଡାରେ ବିଜାତଳା ଆଡୁ ଗୋରୁମହିଷାଣୀ ଯାଉଥିବା ଏକ ବାଇକ୍ ଚାଳକ ଏବଂ ପରିଜନ ହଠାତ୍ ପୋଲିସ ପେଟ୍ରୋଲିଂ ହେଉଥିବା ଦୂରରୁ ଦେଖି ଭୟଭୀତ ହୋଇ ପୋଲିସ ହାବୁଡ଼ରୁ ଖସିଯିବାକୁ ଉଦ୍ୟମ କରି ବାଇକ୍ ଚାଳକ ଭାରସାମ୍ୟ ହରାଇ ଦାମୁଡିଡା ରାସ୍ତା ପାର୍ଶ୍ବରେ ଥିବା ଏକ ପଥରରେ ବାଡ଼େଇ ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।

ଘଟଣାସ୍ଥଳରେ ଜଣେ ମୃତ ଏବଂ ଅନ୍ୟ ଜଣେ ଗୁରୁତର ହୋଇଥିଲେ । ଖବରପାଇ ବିଜାତଳା ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରି ରାଇରଙ୍ଗପୁର ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଡାକ୍ତରଖାନାରେ ସ୍ୱାସ୍ଥ୍ୟ ପରୀକ୍ଷା କରି ଦାସମାତ୍ ମୁର୍ମୁଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର। ମୃତକଙ୍କ ଘର ଗୋରୁମହିଷାଣୀ ଥାନା ବାଲିଆବାଦି ଗ୍ରାମ ବୋଲି ଜଣାପଡିଛି। ଗୁରୁତର ଜଣକ ହେଲେ ନାରାୟନ ମାରାଣ୍ଡି ଗୋରୁମହିଷାଣୀ ଥାନା ଚାପଲା ଗ୍ରାମର। ତେବେ ଖବରପାଇ ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking