36.1 C
Bhubaneswar
Sunday, May 19, 2024
Homeଓଡିଶାଅଜଣା ଗାଡି ଧକ୍କାରେ ସ୍ତ୍ରୀ ମୃତ, ସ୍ଵାମୀ ଓ ଦିଅର ଗୁରୁତର

ଅଜଣା ଗାଡି ଧକ୍କାରେ ସ୍ତ୍ରୀ ମୃତ, ସ୍ଵାମୀ ଓ ଦିଅର ଗୁରୁତର

ପାଟଣା : ଅଜଣା ଗାଡି ଧକ୍କାରେ ସ୍ତ୍ରୀ ମୃତ,  ସ୍ଵାମୀ ଓ ଦିଅର ଗୁରୁତର। କେନ୍ଦୁଝର ଜିଲ୍ଲା ୨୨୦ ନମ୍ବର ଜାତୀୟ ରାଜପଥ ମଙ୍ଗଳପୁର ନିକଟରେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଗୁରୁତରଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନା ଅନୁଯାୟୀ, ନୁସୁରିପଶି ଗାଁର ସୋମବାରୀ ମୁଣ୍ଡା, ସ୍ୱାମୀ ଓ ଦିଅରଙ୍କ ସହ ଲୁନା ଯୋଗେ ଗାଁ ନିକଟରେ ଥିବା ବଇଦଙ୍କ ନିକଟକୁ ଯାଇଥିଲେ । କିଛି ଦିନ ଧରି ତାଙ୍କର ଦେହ ଅସୁସ୍ଥ ରହିଥିଲା । ସେଠାରୁ ଫେରିବା ସମୟରେ ଏକ ଅଜଣା ଗାଡି ତାଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ସୋମବାରୀଙ୍କର ମୃତ୍ୟୁ ହୋଇଥିବା ବେଳେ ସ୍ୱାମୀ ଓ ଦିଅର ଆହତ ହୋଇଛନ୍ତି । ଦୁର୍ଘଟଣା ପରେ ଟ୍ରକ୍‌ଟି ଫେରାର ହୋଇଯାଇଛି । ଗୁରୁତରଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking