30.1 C
Bhubaneswar
Friday, November 15, 2024
Homeଓଡିଶାଅର୍ପଣ ରଥ ଦାନ ଗ୍ରହଣ

ଅର୍ପଣ ରଥ ଦାନ ଗ୍ରହଣ

ପୁରୀ: ଶ୍ରୀମନ୍ଦିର ଯାତ୍ରୀ ପରିକ୍ରମା ପ୍ରକଳ୍ପ ପାଇଁ ସମଗ୍ର ରାଜ୍ୟରୁ ଅର୍ପଣ ରଥ ମାଧ୍ୟମରେ ଗ୍ରହଣ ହୋଇଥିବା ଅର୍ଥ ରାଶି ସୋମବାର ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଗ୍ରହଣ ଆରମ୍ଭ ହୋଇଛି । କେବଳ ଗଜପତି ଜିଲ୍ଲା ବ୍ୟତୀତ ଅନ୍ୟ ସମସ୍ତ ଜିଲ୍ଲାରୁ ସଂଗୃହିତ ଅର୍ଥ ରାଶି ସେହି ଜିଲ୍ଲାର ଜିଲ୍ଲାପାଳଙ୍କ ମାଧ୍ୟମରେ ଆଜି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ପହଞ୍ଚିଛି । ଏନେଇ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ସ୍ୱତନ୍ତ୍ର ଡୋନେସନ ସେଲ ଖୋଲାଯାଇଛି । ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଅର୍ପଣ ରଥ ମାଧ୍ୟମରେ ସଂଗ୍ରହ ହୋଇଥିବା ଦାନ ଅର୍ଥ ସଂଗ୍ରହ କରାଯାଉଛି । ପ୍ରାୟ ୨ କୋଟିରୁ ଅଧିକ ଦାନ ଟଙ୍କା ଗ୍ରହଣ କରାଯିବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ୪ଟି ସ୍ୱତନ୍ତ୍ର କାଉଣ୍ଟର ପ୍ରସ୍ତୁତ କରାଯାଇଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ନୀତି ,ଉନ୍ନୟନ ସ୍ୱତନ୍ତ୍ର ଅଧିକାରୀ ଓ ବ୍ୟାଙ୍କରଙ୍କ ଉପସ୍ଥିତିରେ ଏହି ଅର୍ଥ ରାଶି ଗ୍ରହଣ କରାଯାଇ ପ୍ରତି ବଦଳରେ ପ୍ରଭୁଙ୍କ ବାନା ପ୍ରଦାନ କରାଯାଇଥିଲା ।

ପ୍ରଥମେ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଳକରୁ ୧,୫୨,୧୬୦ ଟଙ୍କା, ଅସ୍ତରଙ୍ଗ ବ୍ଲକ୍ ରୁ ୧୫,୨୨୦ ଟଙ୍କା ସଂଗ୍ରହ ହୋଇଥିଲା । ତେବେ ସଂଗୃହିତ ଅର୍ଥ ରାଶି ଶ୍ରୀମନ୍ଦିର ବ୍ୟାଙ୍କ୍ ଆକାଉଣ୍ଟ ରେ ଜମା ହେବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାଶ ପ୍ରକାଶ କରିଥିଲେ । ସେପଟେ ଆଜିଠାରୁ ଶ୍ରୀମନ୍ଦିରରେ ଶାଳୀନତା ପୂର୍ଣ୍ଣ ବ୍ୟବହାର ଉପରେ ଶ୍ରୀମନ୍ଦିର ସେବାୟତ ଓ କର୍ମଚାରୀଙ୍କୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି । ଶ୍ରଦ୍ଧାଳୁଙ୍କୁ ଶାଳୀନତା ପୂର୍ଣ୍ଣ ଆଚରଣ ଓ ଉଚ୍ଚାରଣ ପାଇଁ ଚିଠି ଯୋଗେ ନିବେଦନ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ଭକ୍ତଙ୍କୁ ଉଚିତ୍ ବ୍ୟବହାର ସହ ଆଚରଣ, ଉଚ୍ଚାରଣ ଠିକ୍ ରଖିବା ପାଇଁ ସବୁ ନିଯୋଗକୁ ଚିଠି କରାଯାଇଛି । ଛତିଶା ନିଯୋଗ ସହ ଶ୍ରୀମନ୍ଦିର କମାଣ୍ଡର, ସୁପରଭାଇଜର, ଜେଟିପି ଓ ଶ୍ରୀମନ୍ଦିର ପ୍ରଶାସନର ସମସ୍ତ ଅଧିକାରୀଙ୍କୁ ଏହି ଚିଠି ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking