30.1 C
Bhubaneswar
Saturday, May 18, 2024
Homeବ୍ରେକୀଙ୍ଗପାଠକ ବାପପୁଅଙ୍କୁ ଜାମିନ

ପାଠକ ବାପପୁଅଙ୍କୁ ଜାମିନ

ଭୁବନେଶ୍ବର: ପାଠକ ବାପ ପୁଅଙ୍କୁ ଟ୍ରାଭେଲ୍ସ ବିଲ୍ ଠକେଇ ମାମଲାରେ ଜାମିନ ମିଳିଛି । ଖାରବେଳ ନଗର ଥାନାରେ ଦାଏର ହୋଇଥିବା ମାମଲାରେ ଅଭୟ ପାଠକ ଓ ଆକାଶ ପାଠକଙ୍କୁ ଆଜି ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି । ୨ ଲକ୍ଷ ଟଙ୍କାର ୨ ଜଣ ଜାମିନଦାରଙ୍କ ବଦଳରେ ସେମାନଙ୍କୁ ଜାମିନ ମିଳିଥିବା ସୂଚନା ମିଳିଛି । ଗତ ନଭେମ୍ବର ମାସ ୨୫ ଓ ୨୬ରେ ଭିଜିଲାନ୍ସ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଓଡ଼ିଶା ସହ ରାଜ୍ୟ ବାହାରର ୧୨ଟି ସ୍ଥାନରେ ମାରାଥନ୍ ରେଡ୍ କରିଥିଲା । ଅଭୟଙ୍କ ଅମାପ ସମ୍ପତ୍ତି ଖୋସି ଦେଇଥିଲା ଭିଜିଲାନ୍ସ ଅଧିକାରୀଙ୍କ ଆଖି । ତା’ପରେ ଭିଜିଲାନ୍ସ IFS ଅଧିକାରୀ ଅଭୟକାନ୍ତ ପାଠକଙ୍କୁ ଗିରଫ କରିଥିଲା । ଟାଟା ମୋଟର୍ସ ମାମଲାରେ ଆକାଶଙ୍କୁ ବି ଗିରଫ କରିଥିଲା ଭିଜିଲାନ୍ସ । ଏହା ପୂର୍ବର ଡିସେମ୍ବର ୨୪ ତାରିଖ ପାଠକ ବାପା ଓ ପୁଅଙ୍କ ଜାମିନ ଖାରଜ କରିଥିଲେ କୋର୍ଟ। ଭୁବନେଶ୍ୱର ସ୍କାଏ କିଙ୍ଗ ୬୫ ଲକ୍ଷ ଟଙ୍କା ଠକେଇ ମାମଲାରେ ଜାମିନ ଆବେଦନ ଖାରଜ ଏଡିଜେ-୩ କୋର୍ଟ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking