ଭୁବନେଶ୍ୱର: ରାଜ୍ୟରେ ଏବେ କରୋନା ସଂକ୍ରମଣ ଧିରେ ଧିରେ ହ୍ରାସ ପାଉଛି । ଏହା ଭିତରେ ସରକାର ଅଗଷ୍ଟ ଗାଇଡଲାଇନ ବି ଆଣିସାରିଛନ୍ତି । ସଂକ୍ରମଣ ହ୍ରାସ ପାଉଥିବାରୁ ରାଜ୍ୟ ସରକାରଙ୍କ ସମସ୍ତ କାର୍ଯ୍ୟାଳୟ ପୂର୍ଣ୍ଣ କ୍ଷମତାରେ କାର୍ଯ୍ୟକାରୀ ହେବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ପରବର୍ତ୍ତୀ ନିର୍ଦ୍ଦେଶନାମା ନଆସିବା ପର୍ଯ୍ୟନ୍ତ ଏହା କାର୍ଯ୍ୟକାରୀ ହେବ ।
ବର୍ତମାନ ସମସ୍ତ କର୍ମଚାରୀ ଟିକା ନେଇ ସାରିଛନ୍ତି । ସେଥିପାଇଁ ସେମାନେ ନିୟମିତ ଭାବରେ ଅଫିସରେ ଉପସ୍ଥିତ ରହିବେ । ତେବେ ଯେଉଁମାନେ କୌଣସି କାରଣ ବଶତଃ ଟିକା ନେଇନାହାନ୍ତି ସେମାନେ ଅଫିସ ଯାଇପାରିବେ ନାହିଁ କିମ୍ବା ଅଫିସ ଯିବାରୁ ବାଦ ପଡିବେ । ଯାହାକୁ କେସ ଟୁ କେସ ବେସିସରେ ବିଚାର କରାଯିବ । ଯେଉଁମାନେ ଟିକା ନେଇ ନାହାନ୍ତି ସେମାନେ ଅଫିସ ଆସିପାରିବେ ନାହିଁ ଏବଂ ସେମାନଙ୍କ ଅନୁପସ୍ଥିତି କୁ ଇଚ୍ଛାକୃତ ବୋଲି ଧରାଯିବ । ସମସ୍ତ ସରକାରୀ ଅଫିସ ଦ୍ୱିତୀୟ ଓ ଚତୁର୍ଥ ଶନିବାର ବନ୍ଦ ରହିବ ।