29 C
Bhubaneswar
Friday, June 26, 2026
Homeଦେଶ ବିଦେଶବାଇକକୁ ବଞ୍ଚାଇବାକୁ ଯାଇ ଚାଲିଗଲା ଯୁବକଙ୍କ ଜୀବନ

ବାଇକକୁ ବଞ୍ଚାଇବାକୁ ଯାଇ ଚାଲିଗଲା ଯୁବକଙ୍କ ଜୀବନ

ନୂଆଦିଲ୍ଲୀ: ଗ୍ରେଟର ନୋଏଡାର ରେଳଫାଟକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଯାଇଥିବାର ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ମୃତ ଯୁବକ ଜଣକ ତଦାବଳି ଗ୍ରାମର ତୁଷାର ଥିବା ଜଣାପଡ଼ିଛି।ଲୋମ ଟାଙ୍କୁରା ଘଟଣାର ସିସିଟିଭି ଫୁଟେଜ ବି ସାମ୍ନାକୁ ଆସିଛି।ସୂଚନାଯୋଗ୍ୟ, ତୁଷାର ରେଳଧାରଣା ଅତିକ୍ରମ କରି ଯାଉଥିବା ବେଳେ ହଠାତ ତାଙ୍କ ବାଇକ ଖସି ଯାଇଥିଲା। ସେ ବାଇକରୁ ଖସି ତଳେ ପଡ଼ି ଯାଇଥିଲେ। ସଙ୍ଗେସଙ୍ଗେ ସେ ରେଳ ଧାରଣାରୁ ତାଙ୍କ ବାଇକକୁ ଉଠାଇବାକୁ ଚେଷ୍ଟା କରୁଥିବା ବେଳେ ଦ୍ରୁତଗତିରେ ଉକ୍ତ ଧାରଣାରେ ମାଡ଼ି ଆସିଥିଲା ଟ୍ରେନ। ତୁଷାର ଟ୍ରେନକୁ ଦେଖି ଜୀବନ ବିକଳରେ ଦୌଡ଼ି ଚାଲିଯାଇଥିଲେ ସତ କିନ୍ତୁ ବଞ୍ଚି ପାରି ନଥିଲେ।ଦ୍ରୁତଗତିରେ ଆସୁଥିବା ଟ୍ରେନଟି ପ୍ରଥମେ ତାଙ୍କ ବାଇକକୁ ଓ ପରେ ତୁଷାରଙ୍କୁ ଧକ୍କା ଦେଇ ଆଗକୁ ବଢ଼ି ଯାଇଥିଲା। ଏହି ଭୟାବହ ଦୁର୍ଘଟଣା ସମ୍ପର୍କରେ ଖବର ପାଇବା ପରେ ଆରପିଏଫ ଓ ପୁଲିସ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏଥିସହିତ ଘଟଣାସ୍ଥଳରୁ ତୁଷାରଙ୍କ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking