27.8 C
Bhubaneswar
Monday, June 22, 2026
Homeଓଡିଶାଗଛରେ ଝୁଲିପଡ଼ିଲେ ଯୁବକ ଓ ଯବତୀ

ଗଛରେ ଝୁଲିପଡ଼ିଲେ ଯୁବକ ଓ ଯବତୀ

ଚଣ୍ଡିଖୋଲ: ମାନସିକ ଚିନ୍ତାରେ ଭାରସାମ୍ୟ ହରାଇ ଭିନ୍ନଭିନ୍ନ ସ୍ଥାନରେ ଦୁଇ ଜଣ ଲୋକ ଜୀବନ ହାରିଛନ୍ତି। ସେମାନେ ହେଲେ ସୁଧୀର ଜାନି (୧୮) ଓ ଚିତାଲି ମଲ୍ଲିକ (୨୧)। ସୂଚନା ଅନୁଯାଇ ନବରଙ୍ଗପୁରଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ ଚିଚିବାଇ ଗ୍ରାମ ନିକଟ ଏକ ଆମ୍ବ ଗଛରୁ ସୁଧୀରଙ୍କ ମୃତଦେହ ଉଦ୍ଧାର ହୋଇଛି। ମୁଣ୍ଡାପଦର ଗ୍ରାମର ସୁଧୀର ଜାନି ଗତ ତା ୧୭ ତାରିଖ ବୁଧବାର ଦିନ ସକାଳ ୮ ଘଣ୍ଟ ସମୟରେ ଶୌଚ ପାଇଁ ଯିବି କହି ଘରୁ ବାହାରିଥିଲେ। ତେବେ ଶୌଚ ପାଇଁ ଯାଇ ସେ ଦୀର୍ଘ ସମୟ ପର୍ଯ୍ୟନ୍ତ ଘରକୁ ଫେରି ନ ଥିଲେ। ପରିବାର ଲୋକେ ସୁଧୀରଙ୍କୁ ନିଜ ସମ୍ପର୍କୀୟ ଓ ଆଖ ପାଖ ଗ୍ରାମରେ ବହୁ ଖୋଜା ଖୋଜି କରିଥିଲେ। ୧୯ ତାରିଖ ଶୁକ୍ରବାର ଦିନ ଦିନ ପ୍ରାୟ ସାଢେ଼ ୧୧ ଘଣ୍ଟ ସମୟ ରେ ସୁଧୀର ଜାନି ଡାବୁଗାଁ ଥାନା ଅନ୍ତର୍ଗତ ଚିଚିବାଇ ଗ୍ରାମ ପାଖ ନଦୀ ନିକଟ ଏକ ଆମ୍ବ ଗଛରେ ବେକରେ ଗାମୁଛା ବାନ୍ଧି ଜୀବନ ହାରିଥିବା ଜଣାପଡ଼ିଥିଲା। ପରିବାର ଲୋକେ ଖବର ପାଇ ଚିଚିବାଇ ଗ୍ରାମକୁ ଯାଇ ଶବ ଚିହ୍ନଟ କରିବା ଆରେ ଆଜି ଅପରାହ୍ନରେ ମୃତ ସୁଧୀର ଜାନିଙ୍କ ବଡ଼ଭାଇ ବୁଦୁ ଜାନି ଡାବୁଗାଁ ଥାନାରେ ଏତଲା ଦେଇଥିଲେ। ଏତଲାରେ ସୁଧୀର ଦୁଇ ଦିନ ହେଲା ନିଖୋଜ ସହ ମାନସିକ ବିକୃତ ଥିଲା ବୋଲି ଦର୍ଶାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking