ରାଞ୍ଚି : ଝାଡ଼ଖଣ୍ଡର ଜଣେ ମହିଳା ଗତ ସୋମବାର ସ୍ଥାନୀୟ ରାଜେନ୍ଦ୍ର ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସେସ୍ (ରିମ୍ସ)ରେ ଏକାଥରକେ ୫ଟି ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି । ସବୁ ଶିଶୁ ଓ ମାଆ ସୁସ୍ଥ ଥିବା ଡାକ୍ତରଖାନା ପକ୍ଷରୁ କୁହାଯାଇଛି । ନବଜାତକମାନେ ଅତ୍ୟନ୍ତ ଦୁର୍ବଳ ହୋଇଥିବାରୁ ସେମାନଙ୍କୁ ନିଓନାଟାଲ ଆଇସିୟୁରେ ରଖାଯାଇଛି । ରିମ୍ସ ପକ୍ଷରୁ ଏହି ନବଜାତ ଶିଶୁଙ୍କ ଫଟୋକୁ ଟ୍ୱିଟର ପେଜ୍ରେ ଅପ୍ଲୋଡ କରାଯାଇଛି । ପ୍ରତି ୫୫,୦୦୦,୦୦୦ ପ୍ରସବ କ୍ଷେତ୍ରରେ ଏକାଥରକେ ୫ ସନ୍ତାନ ଜନ୍ମନେବାର ସମ୍ଭାବନା ରହିଥାଏ ବୋଲି ଡାକ୍ତରୀ ଦଳ କହିଛନ୍ତି । ତେବେ ଏଭଳି କ୍ଷେତ୍ରରେ ସବୁ ନବଜାତକ ପୁଅ କିମ୍ବା ଝିଅ ହେବାର ସମ୍ଭାବନା ଅତ୍ୟନ୍ତ କ୍ଷୀଣ ରହିଥାଏ ।