28.1 C
Bhubaneswar
Sunday, November 24, 2024
Homeଓଡିଶାଦାବୀ ପୂରଣ ନେଇ ମିଳିତ ପ୍ରାଥମିକ ଶିକ୍ଷକ ମଞ୍ଚ ପକ୍ଷରୁ “ଗଣଧାରଣା”

ଦାବୀ ପୂରଣ ନେଇ ମିଳିତ ପ୍ରାଥମିକ ଶିକ୍ଷକ ମଞ୍ଚ ପକ୍ଷରୁ “ଗଣଧାରଣା”

ଭୁବନେଶ୍ୱର: ବିଧାନସଭା ଆଗରେ ଲୋୟର ପିଏମ୍‌ଜି ଧାରଣାସ୍ଥଳରେ ୨ ଦଫା ଦାବୀ (୧) ପ୍ରାଥମିକ ଶିକ୍ଷକଙ୍କ ମୂଳ ଦରମା ୨୮୦୦ ଗ୍ରେଡ଼୍ ପେ (୨) ୬ ବର୍ଷ ଠିକା ଅବଧିକୁ ମୂଳ ଚାକିରୀରେ ଯୋଗ ସହ ୬ଟି ନୋସନାଲ୍ ଇନକ୍ରିମେଣ୍ଟ ପ୍ରଦାନ ପୂରଣ ନେଇ ମିଳିତ ପ୍ରାଥମିକ ଶିକ୍ଷକ ମଞ୍ଚ ତରଫରୁ ତା ୨୪.୦୫.୨୦୨୩ରିଖରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ “ଗଣଧାରଣା” ଚାଲୁ ରହିଛି । ଶିକ୍ଷାଧିକାର ଆଇନ୍ ୨୦୧୯ ତଥା ଓଡ଼ିଶା ରାଜ୍ୟ ନିୟମ ୨୦୧୦ ଆଧାରରେ କାର୍ଯ୍ୟରତ ତଥା ନୂତନ ନିଯୁକ୍ତ ପ୍ରାଥମିକ ଶିକ୍ଷକଙ୍କ ଯୋଗ୍ୟତା ମାଟ୍ରିକ୍ ସିଟିରୁ +୨ ସିଟିକୁ ଉନ୍ନୀତ ହୋଇ ଯାଇଅଛି । ୨୦୧୮ ମସିହାରୁ ଏହି ଯୋଗ୍ୟତାରେ ପ୍ରାୟ ୧,୩୬୦୦୦ରୁ ଉର୍ଦ୍ଧ୍ୱ ପ୍ରାଥମିକ ଶିକ୍ଷକ ରାଜ୍ୟର ବିଭିନ୍ନ ବିଦ୍ୟାଳୟମାନଙ୍କରେ କାର୍ଯ୍ୟରତ ।

ଶିକ୍ଷାଗତ ଯୋଗ୍ୟତା ବୃଦ୍ଧିକୁ ଶିକ୍ଷକମାନେ ସ୍ୱାଗତ କରି ଗ୍ରେଡ଼୍ ପେ ୨୨୦୦ ଟଙ୍କାରୁ ୨୮୦୦ ଟଙ୍କାକୁ ବୃଦ୍ଧି କରିବାକୁ ୨୦୧୭ ମସିହାରୁ ଦାବୀ କରି ଆସୁଛନ୍ତି । ୨୦୧୭ ମସିହା ନଭେମ୍ବର ୭ ତାରିଖରେ ୨୮୦୦ ଗ୍ରେଡ଼ ପେ ପ୍ରାଥମିକ ଶିକ୍ଷକଙ୍କୁ ପ୍ରଦାନ ପାଇଁ ଏକ ବିଶାଳ ଆନ୍ଦୋଳନ ହୋଇଥିଲା ତଥା ତତ୍‌କାଳୀନ ଗଣଶିକ୍ଷା ମବୀ ଏହାର ଗୁରୁତ୍ୱ ଅନୁଭବ କରି ୦୮.୧୧.୨୦୧୭ ରେ ୨୮୦୦ ଗ୍ରେଡ଼୍ ପେ ସରକାରଙ୍କ ସକ୍ରିୟ ବିଚାରାଧିନ ଅଛି ବୋଲି ଲିଖିତ ପ୍ରତିଶ୍ରୁତି ଦେବା ସହ ଉଚ୍ଚସ୍ତରୀୟ କମିଟିରେ ଏହାର ବିଚାର ହୋଇ ପୂରଣ କରାଯିବ ବୋଲି କହିଥିଲେ । ମାତ୍ର ତାହା ଆଜି ପର୍ଯ୍ୟନ୍ତ ୬ ବର୍ଷ ହେଲାଣି ପାଳନ ହୋଇନାହିଁ । ୨୦୧୯ ତ୍ରୁଟିପୂର୍ଣ୍ଣ କ୍ୟାଡର ରୁଲ୍ ପ୍ରଚଳନ କରି ପ୍ରାଥମିକ ଶିକ୍ଷକଙ୍କ ମୂଳ ଦରମା ୨୮୦୦ ଗ୍ରେଡ଼୍ ପେ ପାଇବାର ସ୍ୱପ୍ନକୁ ଧୂଳିସାତ୍ କରାଯାଇଛି । ଇତି ମଧ୍ୟରେ ଅନେକ ଥର ଆନ୍ଦୋଳନ ଓ ଦାବୀ କରାଯାଇଥିଲେ ମଧ୍ୟ ସରକାର ଏହାକୁ ଅଣଦେଖା କରିଛନ୍ତି ।

୨୦୨୨ ନଭେମ୍ବର ମାସରେ ମଧ୍ୟ ଲକ୍ଷାଧିକ ଶିକ୍ଷକ ଦାବୀ ପୂରଣ ପାଇଁ ରାଜରାସ୍ତାରେ ଓହ୍ଲାଇଥିଲେ ତଥା ସରକାର ଏକ ମୁଖ୍ୟ ଶାସନ ସଚିବ ସ୍ତରୀୟ କମିଟି ଗଠନ କରାଯାଇ ସମସ୍ୟାର ସମାଧାନର ଲିଖିତ ପ୍ରତିଶ୍ରୁତି ଦେଇଥିଲେ । ମାତ୍ର ତାହା ଆଜି ଯାଏଁ କାର୍ଯ୍ୟକାରୀ ହୋଇନାହିଁ । ୨୨ଟି ରାଜ୍ୟରେ ଶିକ୍ଷକମାନେ ୪୨୦୦ ଗ୍ରେଡ଼୍ ପେ ପାଉଥିବା ବେଳେ ଓଡ଼ିଶାରେ ୨୨୦୦ ଗ୍ରେଡ଼୍ ପେ ପାଉଛନ୍ତି । ତା ୧୬.୧୦.୨୦୨୨ରିଖ ମାନ୍ୟବର ମୁଖ୍ୟମବୀଙ୍କ ଜନ୍ମଦିନରେ ଠିକା ନିଯୁକ୍ତି ଉଚ୍ଛେଦ ହୋଇଥିଲେ । ମଧ୍ୟ ପ୍ରାଥମିକ ଶିକ୍ଷକଙ୍କ କ୍ଷେତ୍ରରେ ତାହା ଲାଗୁ ହୋଇନାହିଁ । ଅନ୍ୟ ନିୟମିତ ହୋଇଥିବା ଠିକା କର୍ମଚାରୀଙ୍କ ପରି ପ୍ରାଥମିକ ଶିକ୍ଷକଙ୍କ କ୍ଷେତ୍ରରେ ୬ ବର୍ଷର ଠିକା ଅବଧିକୁ ଯୋଗ କରାଯାଇ ନାହିଁ ତଥା ୬ଟି ନୋସନାଲ ଇନକ୍ରିମେଣ୍ଟ ପ୍ରଦାନ କରାଯାଇ ନାହିଁ । ପ୍ରତିଶ୍ରୁତି ଦେବା ତଥା କାର୍ଯ୍ୟକାରୀ ନ କରିବା ଗଣ ଶିକ୍ଷା ବିଭାଗର ପ୍ରାଥମିକ ଶିକ୍ଷକଙ୍କ ପ୍ରତି ଅବହେଳାର ଉଦାହରଣ । ଆଜିର ଧାରଣାରେ କଟକ, ଜଗତସିଂହପୁର, ଢେଙ୍କାନାଳ, ପୁରୀ, କଳାହାଣ୍ଡି, ଭଦ୍ରକ, ବାଲେଶ୍ୱର ଜିଲ୍ଲାର ଶିକ୍ଷକ ଶିକ୍ଷୟିତ୍ରୀମାନେ ଅଂଶଗ୍ରହଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking