32.1 C
Bhubaneswar
Saturday, October 19, 2024
Homeଦେଶ ବିଦେଶସ୍ୱତନ୍ତ୍ର ଅଧିବେଶନ ପୂର୍ବରୁ ନୂଆ ସଂସଦ ଭବନରେ ଉଡ଼ାଯିବ ତ୍ରିରଙ୍ଗା

ସ୍ୱତନ୍ତ୍ର ଅଧିବେଶନ ପୂର୍ବରୁ ନୂଆ ସଂସଦ ଭବନରେ ଉଡ଼ାଯିବ ତ୍ରିରଙ୍ଗା

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ସେପ୍ଟେମ୍ବର ୧୮ରୁ ୨୨ ପର୍ଯ୍ୟନ୍ତ ନୂଆ ସଂସଦ ଭବନରେ ଏକ ସ୍ୱତନ୍ତ୍ର ଅଧିବେଶନ ଡାକିଛନ୍ତି। ଏହି ୫ ଦିବସୀୟ ଅଧିବେଶନର ଦିନକ ପୂର୍ବରୁ ଅର୍ଥାତ୍‌ ୧୭ ତାରିଖରେ ସଂସଦ ଭବନର ଗଜଦ୍ୱାରଠାରେ ତ୍ରିରଙ୍ଗା ପତାକା ଉଡ଼ାଯିବ। ସୂତ୍ରରୁ ଜଣାପଡ଼ିଛି ଯେ ଲୋକସଭା ବାଚସ୍ପତି ଓମ୍‌ ବିର୍ଲା ନୂଆ ସଂସଦ ଭବନର ଗଜଦ୍ୱାରଠାରେ ତ୍ରିରଙ୍ଗା ପତାକା ଉଡ଼ାଇବେ। ଏହି ସମୟରେ ପିଏମ୍‌ ମୋଦି ମଧ୍ୟ ସେଠାରେ ଉପସ୍ଥିତ ରହିପାରନ୍ତି। କହି ରଖୁଛୁ, ୧୭ ତାରିଖ ହେଉଛି ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ। ଏହା ସହିତ ସେପ୍ଟେମ୍ବର ୧୯ରେ ସ୍ୱତନ୍ତ୍ର ଅଧିବେଶନ ସମୟରେ ପୁରୁଣା ସଂସଦ ଭବନରୁ ନୂଆ ସଂସଦ ଭବନକୁ ସିଫ୍ଟିଂ କାର୍ଯ୍ୟକ୍ରମ ହେବ। ସେପଟେ ନୂଆ ସଂସଦ ଭବନରେ ୫ ଦିବସୀୟ ସ୍ୱତନ୍ତ୍ର ଅଧିବେଶନର ମୂଳ ଉଦ୍ଦେଶ୍ୟ କ’ଣ, ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। କୁହାଯାଉଛି, ସଂସଦର ସ୍ୱତନ୍ତ୍ର ଅଧିବେଶନ ସମୟରେ କେନ୍ଦ୍ର ସରକାର ଏଥିରେ କିଛି ବିଲ୍ ଆଣିପାରନ୍ତି। କିଛି ରିପୋର୍ଟରେ ଏହା ମଧ୍ୟ ଦାବି କରାଯାଇଛି ଯେ ଗୋଟିଏ ଦେଶ ଗୋଟିଏ ନିର୍ବାଚନର ବିଲ୍ ଏହି ଅଧିବେଶନରେ ଅଣାଯାଇ ପାରେ। ତେବେ ଏ ନେଇ ଏ ପର୍ଯ୍ୟନ୍ତ କିଛି ବି ଆନୁଷ୍ଠାନିକ ଭାବେ କୁହାଯାଇ ନାହିଁ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking