32.2 C
Bhubaneswar
Monday, June 29, 2026
Homeଓଡିଶାଭୟାବହ ଅଗ୍ନିକାଣ୍ଡ; ଜଳିଗଲା ୩୦ ବଖରା

ଭୟାବହ ଅଗ୍ନିକାଣ୍ଡ; ଜଳିଗଲା ୩୦ ବଖରା

ପୁରୀ : ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ଆଳିଶ ଗାଁରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ନିଆଁରେ ୩୦ ବଖରାରୁ ଅଧିକ ଜଳି ପୋଡ଼ି ପାଉଁଶ ହୋଇଯାଇଛି। ଏଥିସହ ନିଆଁରେ ୩ଟି ଗାଈ ଗୋରୁ ଜୀବନ ଦଗ୍ଧ ହୋଇଯାଇଥିବା ବେଳେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି।

ଗତକାଲି ବିଳମ୍ବିତ ରାତିରେ ଜଣେ ବ୍ୟକ୍ତିଙ୍କ ଘରେ ନିଆଁ ଲାଗିଯାଇଥିଲା। ସଙ୍ଗେ ସଙ୍ଗେ ନିଆଁ ଚାରିଆଡେ ବ୍ୟାପି ଯାଇଥିଲା। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ସେତେବେଳକୁ ନିଆଁରେ ଘରର ଆସବାବ ପତ୍ର ଜଳିପୋଡ଼ି ପାଉଁଶ ହୋଇଯାଇଥିଲା। ତେବେ କିପରି ନିଆଁ ଲାଗିଲା ତାହା ଜଣାପଡ଼ିନାହିଁ। ସର୍ଟ ସର୍କିଟରୁ ଲାଗିଲା ଅନ୍ୟ କିଛି କାରଣ ରହିଛି ତାହା ଜଣାପଡ଼ି ନାହିଁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking