ଭୁବନେଶ୍ୱର: ଧଉଳି ଥାନା ଅଧୀନ ଦିବ୍ୟବିହାର ଅଞ୍ଚଳରେ ଜଣେ କଲେଜ ଛାତ୍ରୀ ମା’ର ବିଭିନ୍ନ ସୁନା ଅଳଙ୍କାର ସହିତ ନଗଦ ଟଙ୍କା ନେଇ ପ୍ରେମିକ ସହ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି। ଏସମ୍ପର୍କରେ ସମ୍ପୃକ୍ତ ଛାତ୍ରୀଙ୍କ ମା’ ଧଉଳି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। କଲେଜ ଯିବା ବାହାନାରେ ଝିଅ ଘରୁ ଏ ସବୁ ନେଇ ଫେରାର ହୋଇଯାଇଥିବା ଏତଲାରେ ଦର୍ଶାଇଛନ୍ତି।
ଅଭିଯୋଗକୁ ଭିତ୍ତିକରି ଧଉଳି ଥାନା ପୁଲିସ ମାମଲା ରୁଜୁକରି ଏହି ପ୍ରେମୀଯୁଗଳଙ୍କୁ ଉଦ୍ଧାର କରିବା ପାଇଁ ଚଢ଼ଉ ଜାରି ରଖିଛି। ସୂଚନା ଅନୁସାରେ କିଛିଦିନ ହେବ ଏହି କଲେଜ ଛାତ୍ରୀଙ୍କର ଜଣେ ଯୁବକଙ୍କ ସହିତ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ପରିବାର ଲୋକ ଯୁବତୀଙ୍କୁ ବିରୋଧ କରୁଥିଲେ। ହେଲେ ସେ ପରିବାର ଲୋକଙ୍କ କଥା କିଛି ଶୁଣି ନ ଥିଲେ। ଗତକାଲି ପୂର୍ବାହ୍ନରେ ଛାତ୍ରୀ ଜଣକ ବୋଉକୁ କଲେଜ ଯାଉଛି କହି ଆଲମିରାରେ ଥିବା ଗହଣା ଓ ଟଙ୍କା ନେଇ ପଳାଇଥିଲା।