27.1 C
Bhubaneswar
Sunday, September 8, 2024
Homeଓଡିଶାଆଜିଠୁ ସ୍ବତନ୍ତ୍ର ଦ୍ବିତୀୟ ଓଜେଇଇ

ଆଜିଠୁ ସ୍ବତନ୍ତ୍ର ଦ୍ବିତୀୟ ଓଜେଇଇ

ଭୁବନେଶ୍ୱର : ବି.ଟେକ୍, ଏମ୍‌ବିଏ, ଏମ୍‌ସିଏ, ଏମ୍.ଏସ୍‌ସି କମ୍ପ୍ୟୁଟର ସାଇନ୍ସ, ବି.ଫାର୍ମା, ଲାଟେରାଲ ଏଣ୍ଟ୍ରି ଟୁ ବି.ଟେକ୍‌, ବି.ଏସ୍‌ସି ଲାଟେରାଲ ଏଣ୍ଟ୍ରି ଟୁ ବି.ଟେକ୍‌ ଆଦି ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ସୋମବାରଠାରୁ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଓଜେଇଇ) ଦ୍ବାରା ପରିଚାଳିତ ସ୍ବତନ୍ତ୍ର ଦ୍ବିତୀୟ ଓଜେଇଇ ଅନୁଷ୍ଠିତ ହେବ। ଏହି ପରୀକ୍ଷା ୨୬, ୨୭ ଏବଂ ୨୯ ତାରିଖରେ ଦୈନିକ ୪ଟି ଅଧିବେଶନ (ସିଫ୍ଟ)ରେ କରାଯିବ। ପୂର୍ବାହ୍ଣ ୯ଟାରୁ ୧୦ଟା, ପୂର୍ବାହ୍ଣ ସାଢ଼େ ୧୧ଟାରୁ ସାଢ଼େ ୧୨ଟା, ଅପରାହ୍ଣ ସାଢ଼େ ୨ଟାରୁ ସାଢ଼େ ୩ଟା ଏବଂ ଅପରାହ୍ଣ ୫ଟାରୁ ସନ୍ଧ୍ୟା ୬ଟା ପରୀକ୍ଷା ସମୟ ରହିଛି।

୨୭ ହଜାର ୩୫୯ ଛାତ୍ରଛାତ୍ରୀ ପ୍ରବେଶିକା ପରୀକ୍ଷା ଦେବେ। ୩୦ ଜିଲାରେ ୪୪ଟି ପରୀକ୍ଷା କେନ୍ଦ୍ର କରାଯାଇଥିବାବେଳେ ରାଞ୍ଚି, ପାଟଣା ଏବଂ କଲକାତାରେ ଗୋଟିଏ ଲେଖାଏଁ କେନ୍ଦ୍ର ହୋଇଛି। ପରୀକ୍ଷା କମ୍ପ୍ୟୁଟର ବେସଡ୍‌ ଟେଷ୍ଟ(ସିବିଟି) ପଦ୍ଧତିରେ କରାଯିବ। ୨୬ରେ ପ୍ରଥମ ତିନୋଟି ସିଫ୍ଟରେ ବି.ଟେକ୍‌ ପାଠ୍ୟକ୍ରମ ପାଇଁ ପରୀକ୍ଷା ଅନୁଷ୍ଠିତ ହେବାକୁ ଥିବାବେଳେ ଚତୁର୍ଥ ସିଫ୍ଟରେ ଏମ୍‌ବିଏ ପାଠ୍ୟକ୍ରମ ନିମନ୍ତେ ପରୀକ୍ଷା କରାଯିବ। ୨୭ରେ ପ୍ରଥମ ସିଫ୍ଟ ଲାଟେରାଲ ଏଣ୍ଟ୍ରି ବି.ଟେକ୍‌ ଓ ବି.ଏସ୍‌ସି ଦ୍ବିତୀୟ ସିଫ୍ଟ ଲାଟେରାଲ ଏଣ୍ଟ୍ରି ବି.ଟେକ, ତୃତୀୟ ସିଫ୍ଟରେ ବି.ଫାର୍ମା ଏବଂ ଚତୁର୍ଥ ସିଫ୍ଟରେ ଏମ୍‌ବିଏ ପରୀକ୍ଷା କରାଯିବ। ୨୯ରେ କେବଳ ପ୍ରଥମ ସିଫ୍ଟରେ ଏମ୍‌ସିଏ, ଏମ.ଏସସି କମ୍ପ୍ୟୁଟର ସାଇନ୍ସ ପାଠ୍ୟକ୍ରମ ପାଇଁ ପରୀକ୍ଷା କରାଯିବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking