32.1 C
Bhubaneswar
Monday, June 9, 2025
Homeଦେଶ ବିଦେଶଆଗାମୀ ୫ ଦିନ ଯାଏଁ ରାଜଧାନୀ ଦିଲ୍ଲୀକୁ ରେଡ୍ ଆଲର୍ଟ ଜାରି

ଆଗାମୀ ୫ ଦିନ ଯାଏଁ ରାଜଧାନୀ ଦିଲ୍ଲୀକୁ ରେଡ୍ ଆଲର୍ଟ ଜାରି

ନୂଆଦିଲ୍ଲୀ : ଅସହ୍ୟ ତାତି, ପ୍ରଚଣ୍ଡ ଖରା । ତତଲା କଡେଇରେ ଭାଜି ହେଉଛନ୍ତି ରାଜଧାନୀବାସୀ। ୪୭ ଡିଗ୍ରୀ ଡେଇଁ ରେକର୍ଡ ଭେଙ୍ଗିଛି ରାଜଧାନୀ ଦିଲ୍ଲୀ ପାରଦ। ଆସନ୍ତା ଶୁକ୍ରବାର ଯାଏଁ ତାତିରୁ ତ୍ରାହି ମିଳିବ ନାହିଁ ବୋଲି ସତର୍କ କରାଇଛି ପାଣିପାଗ ବିଭାଗ । ଏଥିପାଇଁ ଆଗାମୀ ୫ ଦିନ ଯାଏଁ ରେଡ୍ ଆଲର୍ଟ ଜାରି କରାଯାଇଛି । ଏଥିସହ ସ୍କୁଲଗୁଡିକୁ ମଧ୍ୟ ଛୁଟି ଘୋଷଣା କରାଯାଇଛି। ସେପଟେ ପ୍ରବଳ ଗରମ ଯୋଗୁଁ ଦିଲ୍ଲୀରେ ବିଦ୍ୟୁତର ଚାହିଦା ମେ’ ମାସରେ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ଦିଲ୍ଲୀ ସରକାର ଗ୍ରୀଷ୍ମ ଛୁଟି ସତ୍ତ୍ୱେ ଯେଉଁ ବେସରକାରୀ ବିଦ୍ୟାଳୟଗୁଡ଼ିକୁରେ କ୍ଲାସ ହେଉଛି ତାହାକୁ ତୁରନ୍ତ ବନ୍ଦ କରିବାକୁ କହିଛନ୍ତି। ତେବେ ରବିବାର ଦିଲ୍ଲୀରେ ସର୍ବୋଚ୍ଚ ତାପମାତ୍ରା ୪୪.୪ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଥିଲା ।

 

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking