17.1 C
Bhubaneswar
Thursday, January 16, 2025
Homeଦେଶ ବିଦେଶ୧୦ ବର୍ଷରେ ଦେଶକୁ ମିଳିବ ରେକର୍ଡ ସଂଖ୍ୟକ ଡାକ୍ତର: ମୋଦୀ

୧୦ ବର୍ଷରେ ଦେଶକୁ ମିଳିବ ରେକର୍ଡ ସଂଖ୍ୟକ ଡାକ୍ତର: ମୋଦୀ

ଅହମ୍ମଦାବାଦ: ଆଗାମୀ ୧୦ ବର୍ଷ ମଧ୍ୟରେ ଦେଶରେ ରେକର୍ଡ ସଂଖ୍ୟକ ଡାକ୍ତର ଉପଲବ୍ଧ ହେବେ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଶାବ୍ୟକ୍ତ କରିଛନ୍ତି । ଶୁକ୍ରବାର ଗୁଜରାଟର ଭୁଜ୍ ଜିଲ୍ଲାରେ ନବନିର୍ମିତ କେକେ ପଟେଲ ସୁପର ସ୍ପେଶାଲିଟୀ ହସ୍ପିଟାଲକୁ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଉଦ୍‌ଘାଟନ କରିବା ଅବସରରେ ମୋଦୀ କହିଛନ୍ତି ଯେ ଦେଶର ପ୍ରତ୍ୟେକ ଜିଲ୍ଲାରେ ମେଡିକାଲ କଲେଜ ସ୍ଥାପନ କରିବାକୁ ତାଙ୍କ ସରକାର ଯୋଜନା ପ୍ରସ୍ତୁତ କରୁଛନ୍ତି ।

ଏହାଦ୍ୱାରା ଆଗ୍ରହୀ ପ୍ରତ୍ୟେକ ଛାତ୍ରଛାତ୍ରୀ ଡାକ୍ତରୀ ପାଠ୍ୟକ୍ରମରେ ନାମ ଲେଖାଇବାକୁ ସୁଯୋଗ ପାଇବେ ବୋଲି ସେ କହିଛନ୍ତି । ଏହି ପ୍ରସଙ୍ଗରେ ମୋଦୀ ଆହୁରି କହିଛନ୍ତି ଯେ ଦୁଇ ଦଶନ୍ଧି ପୂର୍ବେ ଗୁଜରାଟରେ କେବଳ ୯ଟି ମେଡିକାଲ କଲେଜ ଥିଲା । ଏହି କଲେଜରେ କେବଳ ୧୧୦୦ ଛାତ୍ରଛାତ୍ରୀ ଆଡମିଶନ ନେଉଥିଲେ । ବର୍ତ୍ତମାନ ରାଜ୍ୟରେ ୩୬ଟି ମେଡିକାଲ କଲେଜ ଥିବାବେଳେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୬୦୦୦ରୁ ଅଧିକ ରହିଛି । ୨୦୦୧ରେ ଭୟାବହ ଭୂକମ୍ପ ଯୋଗୁଁ ଭୁଜ୍ ଓ କଚ୍ଛ ଅଞ୍ଚଳର ପ୍ରଭୂତ କ୍ଷତି ଘଟିଥିଲା । ତେବେ ସରକାରଙ୍କ ଆନ୍ତରିକତା ଯୋଗୁଁ ଏହି ଅଞ୍ଚଳ ବର୍ତ୍ତମାନ ସଫଳତାର ଶିଖରରେ ପହଞ୍ଚି ପାରିଥିବା ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking