27.1 C
Bhubaneswar
Wednesday, June 26, 2024
Homeଦେଶ ବିଦେଶବ୍ୟାପୁଛି ଏକ ବିରଳ "ମାଂସ ଖାଉଥିବା ଜୀବାଣୁ" ; ନେଲଣି ୨ ଜୀବନ

ବ୍ୟାପୁଛି ଏକ ବିରଳ “ମାଂସ ଖାଉଥିବା ଜୀବାଣୁ” ; ନେଲଣି ୨ ଜୀବନ

ନୂଆଦିଲ୍ଲୀ : ବ୍ୟାପୁଛି ଏକ ବିରଳ “ମାଂସ ଖାଉଥିବା ଜୀବାଣୁ” । ଏହି ଜୀବାଣୁ ଦ୍ୱାରା ହେଉଥିବା ରୋଗ ମାତ୍ର ୪୮ ଘଣ୍ଟା ମଧ୍ୟରେ ଜଣେ ମଣିଷର ଜୀବନ ନେଉଛି । ବର୍ତ୍ତମାନ ଜାପାନରେ ଏହି ଜୀବାଣୁ ବ୍ୟାପୀବା ଆରମ୍ଭ କରିଛି। ଜାପାନ ସରକାର କୋଭିଡ-୧୯ କଟକଣା ହଟାଇ ଦେବା ପରେ ଏବେ ମାଂସ ଖିଆ ଜୀବାଣୁ ଜନିତ ରୋଗ ମାଡ଼ିବା ଆରମ୍ଭ ହୋଇଛି।୧୯୯୯ ମସିହାରରୁ ଏହାକୁ ଟ୍ରାକ କରୁଥିବା ସଂକ୍ରମଣ ରୋଗର ଜାତୀୟ ପ୍ରତିଷ୍ଠାନ କହିଛି ଯେ ଚଳିତ ବର୍ଷ ଜୁନ ୨ ତାରିଖ ସୁଦ୍ଧା ଏସଟିଏସଏସ ଜିନିତ ମାମଲା ୯୭୭ରେ ପହଞ୍ଚିଛି। ଏହା ଗତବର୍ଷ ରିପୋର୍ଟ ହୋଇଥିବା ୯୪୧ଟି ମାମଲା ଠାରୁ ଯଥେଷ୍ଟ ଅଧିକ। ଗ୍ରୁପ୍ ଏ ଷ୍ଟ୍ରେପଟୋକୋକସ୍ ଯୋଗୁ ସାଧାରଣତଃ ଶରୀର ଫୁଲିଥାଏ ଓ ଗଳାରେ ସମସ୍ୟା ହୋଇଥାଏ। ପିଲାମାନଙ୍କ ଗଳାରେ ଘା ମଧ୍ୟ ସୃଷ୍ଟି ହେବା ଦେଖାଯାଏ। ତେବେ କେତେକ ପ୍ରକାରର ଜୀବାଣୁ କ୍ଷେତ୍ରରେ ଲକ୍ଷଣ ଦ୍ରୁତଗତିରେ ମାଡ଼ି ଯିବାର ମଧ୍ୟ ନଜିର ରହିଛି। ଏହାର ଲକ୍ଷଣ ଗୁଡ଼ିକ ହେଲା ଶରୀରରେ ଯନ୍ତ୍ରଣା, ଫୁଲା, ଜ୍ୱର ଓ ନିମ୍ନ ରକ୍ତଚାପ। ଜୀବାଣୁ ଅଧିକ ସକ୍ରିୟ ହେଲେ ଶ୍ୱାସକ୍ରିୟାରେ ସମସ୍ୟା ଅଙ୍ଗପ୍ରତ୍ୟେଙ୍ଗ ଫେଲ ଓ ମୃତ୍ୟୁ ହେବାର ଆଶଙ୍କା ରହିଛି। ୫୦ ବର୍ଷରୁ ଅଧିକ ବୟସ୍କ ଲୋକ ଏହି ରୋଗରେ ଅଧିକ ଆକ୍ରାନ୍ତ ହୁଅନ୍ତି। ଟୋକିଓ ମହିଳା ମେଡିକାଲ ୟୁନିଭରସିଟିର ସଂକ୍ରାମକ ରୋଗର ପ୍ରଫେସର କେନ୍ କିକୁଚି କହିଛନ୍ତି, ଏହି ଜୀବାଣୁ ଦ୍ୱାରା ଅଧିକାଂଶ ମୃତ୍ୟୁ ୪୮ ଘଣ୍ଟା ମଧ୍ୟରେ ଘଟିଥାଏ। ଯଦି ଜଣେ ରୋଗୀ ସକାଳେ ପାଦରେ ଫୁଲା ଦେଖୁଛନ୍ତି, ତା’ହେଲେ ମଧ୍ୟାହ୍ନ ମଧ୍ୟାହ୍ନ ସୁଦ୍ଧା ଏହା ଆଣ୍ଠୁ ଯାଏ ମାଡ଼ି ଯାଇ ପରେ। ସେମାନେ ୪୮ ଘଣ୍ଟା ମଧ୍ୟରେ ପ୍ରାଣ ମଧ୍ୟ ହରାଇ ପାରନ୍ତି ବୋଲି ସେ କହିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking