29.1 C
Bhubaneswar
Saturday, October 5, 2024
Homeଅପରାଧଅପହରଣ ମାମଲାର ତଦନ୍ତ କରିବାକୁ ଯାଇ ମରଣାନ୍ତକ ଆକ୍ରମଣର ଶିକାର ହୋଇଛନ୍ତି ପୋଲିସ ଏଏସଆଇ

ଅପହରଣ ମାମଲାର ତଦନ୍ତ କରିବାକୁ ଯାଇ ମରଣାନ୍ତକ ଆକ୍ରମଣର ଶିକାର ହୋଇଛନ୍ତି ପୋଲିସ ଏଏସଆଇ

ବୌଦ୍ଧ: ମନମୁଣ୍ଡା ଥାନା ଅଧୀନ ଦପଲ୍ଲା ଗ୍ରାମରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ଅପହରଣ ମାମଲାର ତଦନ୍ତ କରିବାକୁ ଯାଇ ମରଣାନ୍ତକ ଆକ୍ରମଣର ଶିକାର ହୋଇଛନ୍ତି ପୋଲିସ ଏଏସଆଇ । ଗୁରୁତର ପୋଲିସ କର୍ମଚାରୀ ଜଣକ ହେଲେ ମନମୁଣ୍ଡା ଥାନା ର ଏଏସଆଇ କୁମୁଦ ଭୋଇ । ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।ସୂଚନା ମୁତାବକ, ଗତକାଲି ଦପଲ୍ଲା ଗ୍ରାମରେ ଏକ ଅପହରଣ ଘଟଣାରେ ତଦନ୍ତ ପାଇଁ ଏଏସଆଇ କୁମୁଦ ଭୋଇ ପିସିଆର ଭ୍ୟାନ୍‌ରେ ନିଜ ଟିମ୍ ସହ ଦପଲ୍ଲା ଗ୍ରାମକୁ ଯାଇଥିଲେ । ଏହି ସମୟରେ କିଛି ବ୍ୟକ୍ତି ତାଙ୍କ ଭ୍ୟାନଙ୍କୁ ଅଟକାଇଥିଲେ । ହେଲେ କେହି କିଛି ବୁଝିବା ପୂର୍ବରୁ ଉକ୍ତ ବ୍ୟକ୍ତି ମାନେ ଏଏସଆଇ କୁମୁଦ ଭୋଇ ଙ୍କୁ ଠେଙ୍ଗା ରେ ପିଟିବା ଆରମ୍ଭ କରିଥିଲେ । ଏହାପରେ ସେମାନେ ସ୍ଥାନ ଛାଡି ଫେରାର ହୋଇଯାଇଥିଲେ । ଦୁର୍ବୃତ୍ତଙ୍କ ଆକ୍ରମଣରେ ଗୁରୁତର କୁମୁଦ ଭୋଇଙ୍କୁ ପ୍ରଥମେ ସୋନପୁର ମେଡିକାଲ ନିଆୟାଇଥିଲା । ସେଠାରେ ତାଙ୍କ ଅବସ୍ଥା ଆହୁରି ଖରାପ ହେବାରୁ ବଲାଙ୍ଗିର ମେଡିକାଲ ଓ ପରେ ବରଗଡ଼ ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି । ଏହି ଘଟଣାରେ ପୋଲିସ ଓକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking