26.1 C
Bhubaneswar
Tuesday, May 14, 2024
Homeଦେଶ ବିଦେଶବୟସ ନୁହେଁ, ଖେଳାଳିଙ୍କ ଫର୍ମ ଦେଖିବା ଉଚିତ୍‌: ଗମ୍ଭୀର

ବୟସ ନୁହେଁ, ଖେଳାଳିଙ୍କ ଫର୍ମ ଦେଖିବା ଉଚିତ୍‌: ଗମ୍ଭୀର

ମୁମ୍ବାଇ : ଆଉ ମାସ କେଇଟା ପରେ ଆରମ୍ଭ ହେବାକୁ ଯାଉଛି ଟି-୨୦ ବିଶ୍ୱକପ୍‌ । ୨୦୨୪ରେ ଏହି ବିଶ୍ୱକପ୍‌ ଆମେରିକା ଏବଂ ଓ୍ୱେଷ୍ଟଇଣ୍ଡିଜ୍‌ରେ ଖେଳାଯିବ । ଏଥିପାଇଁ ଟିମ୍‌ ଇଣ୍ଡିଆ ମଧ୍ୟ ପ୍ରସ୍ତୁତି ଆରମ୍ଭ କରିଛି । ତେବେ ଟିମ୍‌ର ପ୍ରସ୍ତୁତି ମଧ୍ୟରେ ରୋହିତ ଏବଂ ବିରାଟ କୋହଲିଙ୍କ ଖେଳିବା ନେଇ ପୂର୍ବତନ ଅଧିନାୟକ ଗୌତମ ଗମ୍ଭୀର ବଡ଼ ବୟାନ ଦେଇଛନ୍ତି ।

ଗମ୍ଭୀର କହିଛନ୍ତି ଯେ, କୌଣସି ବି ଖେଳାଳିଙ୍କ ବୟସକୁ ନେଇ ଚୟନ କରାଯିବ ଉଚିତ୍‌ ନୁହେଁ । ସେମାନଙ୍କ ଫର୍ମକୁ ନେଇ ବିଚାର କରାଯିବ ଉଚିତ୍‌ । ଖାସ୍‌ କରି ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ପରି ଖେଳାଳିଙ୍କ ବିଷୟରେ । ଉଭୟ ଏବେ ଜବରଦସ୍ତ ଫର୍ମରେ ଅଛନ୍ତି । ଯଦି ସେମାନେ ଫର୍ମରେ ଅଛନ୍ତି । ତେବେ ଉଭୟଙ୍କୁ ଟି-୨୦ ବିଶ୍ୱକପ୍‌ ଦଳରେ ସାମିଲ କରାଯିବ ଉଚିତ୍‌ । ଗତ ଦିନିକିଆ ବିଶ୍ୱକପ୍‌ରେ ରୋହିତ ଯେଉଁଭଳି ଭାବେ ଟିମ୍‌ର ନେତୃତ୍ୱ ନେଇଥିଲେ । ତାହା ସମସ୍ତଙ୍କ ପ୍ରତି ପ୍ରେରଣାଦାୟୀ । ଅଧିନାୟକ ଥାଇ ବି ରୋହିତ ଜବରଦସ୍ତ ଫର୍ମରେ ଖେଳ ପ୍ରଦର୍ଶନ କରିଥିଲେ । ତେଣୁ ମୁଁ ଯଦି ଚୟନକର୍ତ୍ତା ହୋଇଥାନ୍ତି । ତେବେ ରୋହିତଙ୍କ ଅଧିନାୟକ ଭାବେ ସିଲେକ୍ସନ କରିଥାନ୍ତି ।

ସେହିପରି ବିରାଟ କୋହଲିଙ୍କ ଚୟନ ନେଇ କହିଛନ୍ତି ଯେ, ବିରାଟ ବି ଭଲ ଫର୍ମରେ ଅଛନ୍ତି । ତାଙ୍କ ପରି ବ୍ୟାଟର ଖୁବ୍‌ କମ୍‌ ଦେଖିବାକୁ ମିଳିଥାଏ । ଗତ ବିଶ୍ୱକପ୍‌ରେ ବିରାଟ ଯେଉଁଭଳି ଖେଳ ପ୍ରଦର୍ଶନ କରିଥିଲେ। ମୋ ମତରେ ଆଜିକା ଦିନରେ ତାଙ୍କ ପରି ଖେଳ ପ୍ରଦର୍ଶନ କରିବା ଅନ୍ୟ ଖେଳାଳି ପକ୍ଷେ ବହୁତ କଷ୍ଟ । ତେଣୁ ଉଭୟଙ୍କ ଆଗାମୀ ଟି-୨୦ ବିଶ୍ୱକପ୍‌ରେ ଚୟନ କରାଯିବ ଉଚିତ୍‌ ।

ସୂଚନାଯୋଗ୍ୟ ଯେ, ୨୦୨୪ ହେବାକୁ ଥିବା ଟି-୨୦ ବିଶ୍ୱକପ୍‌ ପୂର୍ବରୁ ଆଇପିଏଲ୍‌ ସିଜିନ୍‌ ରହିଛି । କିନ୍ତୁ ଭାରତୀୟ ଟିମ୍‌ ଟି-୨୦ ବିଶ୍ୱକପ୍‌ ପୂର୍ବରୁ ମାତ୍ର ୬ଟି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିବ । ଦକ୍ଷିଣ ଆଫ୍ରିକା ଏବଂ ଆଫଗାନିସ୍ତାନ ସହିତ ମୁକାବିଲାରେ ୬ଟି ଟି-୨୦ ମ୍ୟାଚ୍‌ ହିଁ ଖେଳିବ । ତେବେ ଏହି ୬ଟି ଟି-୨୦ ମ୍ୟାଚ୍ ଆଉ ଆଇପିଏଲ୍‌ରେ ଖେଳାଳିଙ୍କ ପ୍ରଦର୍ଶନ ଅନୁସାରେ ଟି-୨୦ ବିଶ୍ୱକପ୍‌ ଲାଗି ଚୟନ କରାଯିବ ।

ତେବେ ଏସବୁ ଭିତରେ ରୋହିତ ଶର୍ମା ଏବଂ ବିରାଟ କୋହଲି ସାଉଥ ଆଫ୍ରିକା ବିପକ୍ଷ ଟି-୨୦ ଏବଂ ଦିନିକିଆ ସିରିଜ୍‌ରୁ ବିଶ୍ରାମ ନେଇଛନ୍ତି । ଦୁଇ ଖେଳାଳି ବୋର୍ଡକୁ ବିଶ୍ରାମ ଦେବା ପାଇଁ ଅନୁରୋଧ କରିଥିଲେ । ବୋର୍ଡ ବି ଉଭୟଙ୍କ ଖେଳାଳିଙ୍କ କଥା ରଖିଥିଲା । କିନ୍ତୁ ଜାତୀୟ ଗଣମାଧ୍ୟରେ ଭିନ୍ନ କଥା ଚର୍ଚ୍ଚା ହେଉଥିଲା । ବିରାଟ ଏବଂ ରୋହିତଙ୍କ ଟି-୨୦ କ୍ୟାରିୟର ଶେଷ ବୋଲି ଆଲୋଚନା ହେଉଥିଲା । ଏହି କଥାରେ କେତେ ସତ ଅଛି, ତାହା ଆଗାମୀ ଦିନରେ ଜଣାପଡିବ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking