35.1 C
Bhubaneswar
Wednesday, April 29, 2026
Homeଅପରାଧନୋଟରେ ଗାନ୍ଧିଜୀଙ୍କ ଜାଗାରେ ଅନୁପମ ଖେରଙ୍କ ଫଟୋ; ଠକି ନେଲେ ୨ କିଲୋ ସୁନା

ନୋଟରେ ଗାନ୍ଧିଜୀଙ୍କ ଜାଗାରେ ଅନୁପମ ଖେରଙ୍କ ଫଟୋ; ଠକି ନେଲେ ୨ କିଲୋ ସୁନା

ଗୁଜରାଟ : ଗୁଜରାଟ ଅହମ୍ମଦାବାଦର ସରାଫା ବଜାରରେ ଘଟିଛି ଅଭାବନୀୟ ଘଟଣା । ଏକ ଜୁଏଲାରୀ ଦୋକାନରୁ ୨୧୦୦ ଗ୍ରାମ ସୁନା କିଣିବାକୁ କହି ୧ କୋଟି ୩୦ ଲକ୍ଷର ନକଲି ନୋଟ ଦେଇଥିଲେ ୩ ଦୁର୍ବୃତ୍ତ । ବାକି ୩୦ ଲକ୍ଷ ଅଫିସରୁ ନେଇ ଆସୁଛି ବୋଲି କହିଥିଲା ଦୁର୍ବୃତ୍ତ । ଏହାପରେ ସୁନା ନେଇ ଫେରାର ହୋଇଯାଇଥିଲେ ଠକ । ସୂଚନା ଅନୁସାରେ ଅହମ୍ମଦାବାଦର ନବରଙ୍ଗପୁରା ଥାନା ଅଞ୍ଚଳର ଏକ ଜୁଏଲାରୀ ଦୋକାନରୁ ୨୧୦୦ ଗ୍ରାମ ସୁନା କିଣିବାକୁ କହି ୧କୋଟି ୩୦ ଲକ୍ଷର ନକଲି ନୋଟ ଦେଇଥିଲେ ୩ ଦୁର୍ବୃତ୍ତ। ନୋଟ ଗଣତି ବେଳେ ଠକେଇ ସଂପର୍କରେ ଜଣାପଡିଥିଲା। ୫୦୦ ଟଙ୍କିଆ ନୋଟ୍‌ରେ ଗାନ୍ଧିଜୀଙ୍କ ଫଟୋ ବଦଳରେ ଅନୁପମ ଖେର୍‌ଙ୍କ ଫଟୋ ଦେଖି ଚକିତ ହୋଇପଡିଥିଲେ ସୁନା ଦୋକାନୀ। ଏହାପରେ ଥାନାରେ ଏତଲା ଦେଇଛନ୍ତି ଦୋକାନ ମାଲିକ। ୩ ଠକ ଫେରାର ଥିବା ବେଳେ, ପୁଲିସ ତନାଘନା ଜାରି ରଖିଛି। ଦୋକାନରେ ଲାଗିଥିବା ସିସିଟିଭି ଫୁଟେଜ ଆଧାରରେ ପୁଲିସ ଅଭିଯୁକ୍ତଙ୍କୁ ଧରିବା ପାଇଁ ଚେଷ୍ଟା ଚଳାଇଛି। ନୋଟ୍‌ ଅନୁପଖ ଖେରଙ୍କ ଫୋଟ ଥିବା ସହ ରିଜର୍ଭ ବ୍ୟାଙ୍କ ସ୍ଥାନରେ ରେସୋଲ ବ୍ୟାଙ୍କ ଅଫ୍ ଇଣ୍ଡିଆ ଲେଖାଯାଇଛି। ଏହି ମାମଲା ଭାଇରାଲ ହେବା ପରେ ଏନେଇ ନିଜ ସୋସିଆଲ ମିଡିଆ ସାଇଟରେ ପ୍ରତିକ୍ରିୟା ରଖି ଅଭିନେତା ଅନୁପମ ଖେର କହିଛନ୍ତି, ଏଠି କିଛି ବି ସମ୍ଭବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking