35.1 C
Bhubaneswar
Wednesday, April 29, 2026
Homeସ୍ୱାସ୍ଥ୍ୟଅତ୍ୟଧିକ ଚିନି ଖାଉଥିଲେ ସାବଧାନ, ଭୋଗିପାରନ୍ତି ଅସୁବିଧା

ଅତ୍ୟଧିକ ଚିନି ଖାଉଥିଲେ ସାବଧାନ, ଭୋଗିପାରନ୍ତି ଅସୁବିଧା

ଭୁବନେଶ୍ୱର : ଖାଦ୍ୟରେ ଅତ୍ୟଧିକ ଚିନି ବ୍ୟବହାର କରୁଥିଲେ ଏବେଠାରୁ ସଜାଗ ହୁଅନ୍ତୁ। କାରଣ ଏହାଦ୍ୱାରା କେବଳ ଯେ ମଧୁମେହ ହୋଇଥାଏ ତା’ ନୁହେଁ, ଆହୁରି ଅନେକ ଲାଇଫଷ୍ଟାଇଲ ରୋଗ ଆକ୍ରାନ୍ତ କରିଥାଏ।। ବିଶେଷ କରି ଚା’ ପ୍ରସ୍ତୁତ କରିବା ସମୟରେ ଚିନିର ବ୍ୟବହାର ନିଶ୍ଚୟ କରାଯାଏ । ମାତ୍ର ଆପଣ ଜାଣନ୍ତି କି ଅଧିକ ମାତ୍ରାରେ ଚିନିର ସେବନ କରିବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ ହାନୀକାରକ ହୋଇଥାଏ । ନିଜ ଡାଏଟରେ ଚିନିକୁ କମ୍‌ ମାତ୍ରାରେ ସାମିଲ୍‌ କରନ୍ତୁ । ଜୀବନଶୈଳୀରେ ପରିବର୍ତ୍ତନ କରି ଖାଦ୍ୟରେ ଚିନିକୁ କମ୍‌ ମାତ୍ରାରେ ସେବନ କରିବା ଦ୍ୱାରା ଅନେକ ରୋଗ ଠାରୁ ଶରୀରକୁ ଦୂରେଇ ରଖି ପାରିବେ । ଜାଣନ୍ତୁ କାହିଁକି ଚିନି ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ..
ଚିନି ପ୍ରାକୃତିକ ରୂପରେ ମିଳୁଥିବା କାବ୍ରୋହାଇଡ୍ରେଟ । ଏହା ମୁଖ୍ୟତଃ ଆଖୁରୁ ମିଳିଥାଏ । ଚିନି ଶରୀରକୁ ଶକ୍ତି ପ୍ରଦାନ କରିବା ପାଇଁ ଆବଶ୍ୟକ । ମାତ୍ର ଆବଶ୍ୟକ ମାତ୍ରା ଠାରୁ ଚିନି ଅଧିକ ପରିମାଣରେ ସେବନ କରିବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ ହାନୀକାରକ ହୋଇଥାଏ।
ମୋଟାପଣ – ଅଧିକ ମାତ୍ରାରେ ଚିନି ସେବନ ମୋଟାପଣ ବୃଦ୍ଧିର ପ୍ରମୁଖ କାରଣ । ଚିନିରେ କ୍ୟାଲୋରୀର ମାତ୍ରା ଅଧିକ ଥାଏ । ଏହାଦ୍ୱାରା ଓଜନ ବୃଦ୍ଧି ହୋଇଥାଏ।
ମଧୁମେହ- ଅଧିକ ମାତ୍ରାରେ ଚିନି ସେବନ କରିବା ଦ୍ୱାରା ମଧୁମେହ ହେବାର ସମ୍ଭାବନା ଅଧିକ ବଢି ଯାଇଥାଏ । ଚିନି ରକ୍ତରେ ଶର୍କରାର ମାତ୍ରା ବୃଦ୍ଧି କରିଥାଏ।
ହୃଦୟ ଜନିତ ସମସ୍ୟା – ଅଧିକ ମାତ୍ରାରେ ଚିନି ସେବନ କରିବା ଦ୍ୱାରା ହୃଦୟ ଜନିତ ରୋଗ ହେବାର ସମ୍ଭାବନା ଅଧିକ ଥାଏ । ଚିନି ଖରାପ କୋଲେଷ୍ଟେରୋଲକୁ ବୃଦ୍ଧି କରିଥାଏ । ରକ୍ତଚାପ ମଧ୍ୟ ବୃଦ୍ଧି କରିଥାଏ । ଯାହା ହୃଦୟ ପାଇଁ କ୍ଷତିକାରକ।
ଦାନ୍ତ ସମସ୍ୟା – ଅଧିକ ଚିନିର ସେବନ ଦ୍ୱାରା ଦାନ୍ତ ଜନିତ ସମସ୍ୟା ସୃଷ୍ଟି କରିଥାଏ । ଚିନି ପାଟି ଓ ଦାନ୍ତରେ ବ୍ୟାକ୍ଟେରିଆ ବୃଦ୍ଧି କରିଥାଏ । ଫଳରେ ଦାନ୍ତରେ ଦାଗ ଓ ମାଢି ଜନିତ ରୋଗର କାରଣ ପାଲଟିଥାଏ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking