24.1 C
Bhubaneswar
Friday, May 2, 2025
Homeଅପରାଧହନିଟ୍ରାପ ସୁନ୍ଦରୀଙ୍କ ମାୟା ଜାଲରେ ଏକାଧିକ ବିଏସଏଫ୍ ଯବାନ୍

ହନିଟ୍ରାପ ସୁନ୍ଦରୀଙ୍କ ମାୟା ଜାଲରେ ଏକାଧିକ ବିଏସଏଫ୍ ଯବାନ୍

ପୁରୀ : ହନିଟ୍ରାପ୍ ସୁନ୍ଦରୀଙ୍କ ଜାଲରେ ପଡିଛନ୍ତି ବିଏସଏଫ୍ ଯବାନ୍ । ଜଣେ କି ଦୁଇ ଜଣ ନୁହେଁ। ଏକାଧିକ ଯବାନଙ୍କୁ ଚୁନ ଲଗାଇ ଲକ୍ଷ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ଯୁବତୀ ।  ଟଙ୍କା ନେଇ ଥିବା ଯୁବତୀ ଜଣକ ବର୍ତ୍ତମାନ ଯବାନଙ୍କୁ ଧରାଛୁଆଁ ଦେଉ ନାହାଁନ୍ତି । ଫୋନ କଲେ ଧମକ ଦେଉଛନ୍ତି । ଏବଂ ମିଛ ମାମଲାରେ ଫସେଇବି ବୋଲି କହିଛନ୍ତି।  ମାମଲା ଯାଇ ଏବେ ଥାନାରେ ପହଞ୍ଚିଛି । ନ୍ୟାୟ ସହ ଟଙ୍କା ଫେରସ୍ତ ପାଇବା ପାଇ ଥାନାରେ ପହଞ୍ଚିଛନ୍ତି ଯବାନ। ସୂଚନା ଅନୁଯାୟୀ, ପୁରୀ ଜିଲ୍ଲା କୃଷ୍ଣ ପ୍ରସାଦ ଥାନା ଉଦୟଗିର ଅଞ୍ଚଳର ସନ୍ତୋଷ କୁମାର ରଣସିଂହ ନାମକ ଯୁବକ ଗତ କିଛି ଦିନ ତଳେ ଭଦ୍ରକର ଅଣ୍ତେଇପାଲି ଅଞ୍ଚଳର ଜଣେ ଯୁବତୀଙ୍କ ସହ ସୋସିଆଲ ମିଡି଼ଆରେ ବନ୍ଧୁତା ସ୍ଥାପନ କରିଥିଲେ। ଏହି ବନ୍ଧୁତା ପରେ ପ୍ରେମ ସମ୍ପର୍କରେ ପରିଣତ ହୋଇଥିଲା। ଆଉ ଯୁବତୀ ଜଣକ ଚତୁରତା ଦେଖାଇ ନିଜ ବାପାଙ୍କର ଦୁର୍ଘଟଣା ହୋଇଛି । ଏବଂ ତାଙ୍କ ଚିକିତ୍ସା ବାବଦକୁ ୫ ଲକ୍ଷ ଟଙ୍କା ଯବାନ ସନ୍ତୋଷଙ୍କୁ ମାଗିଥିଲେ।  ଯବାନ ଜଣକ ଯୁବତୀଙ୍କୁ ସହାୟତାର ହାତ ବଢାଇ ଯୁବତୀଙ୍କ ମାଆଙ୍କ ଆକାଉଣ୍ଟକୁ ଟଙ୍କା ପଠାଇଥିଲେ। ପରେ, ଅର୍ଥାତ୍ ଗତ ଏପ୍ରିଲ ମାସ ୨ ତାରିଖରେ ବି ଚିକିତ୍ସା ବାବଦକୁ ଆଉ ୨ ଲକ୍ଷ ଟଙ୍କା ପଠାଇଥିଲେ। ପରେ ସନ୍ତୋଷ ଛୁଟିରେ ନିଜ ଗାଁକୁ ଆସିବା ପରେ ସେହି ଯୁବତୀଙ୍କୁ ଧାର ଦେଇଥିବା ଟଙ୍କା ମାଗିଥିଲେ।  କିନ୍ତୁ ଯୁବତୀ ଜଣକ ଟଙ୍କା ଫେରସ୍ତ କରିବା ପାଇଁ ଯବାନଙ୍କୁ ନିଜ ଅଣ୍ତେଇପଲ୍ଲୀ ଗାଁକୁ ଡାକିଥିଲା। ଏବଂ ଟଙ୍କା ପାଇଁ ଯବାନ ତାଙ୍କ ଘରକୁ ଯାଇଥିଲେ। ଏବଂ ଟଙ୍କା ନାହିଁ ତମେ ଚେକ୍ ନେଇ ଯାଆ ବୋଲି ଯୁବତୀ ଜଣକ କହିଥିଲେ। ଆଉ ଏଥିରେ ରାଜି ହୋଇଥିଲେ ଯବାନ୍ । ପରେ ସେ ନିଜ  ମାଆଙ୍କ ନାଁରେ ଏକ ଚେକ୍ ଦେଇଥିଲେ। କିନ୍ତୁ ଏହି ଚେକ୍ ଟି ପରେ ବାଉନ୍ସ ହୋଇଯାଇଥିଲା। ଏନେଇ ଯବାନ ଜଣକ ଗ୍ରାମାଞ୍ଚଳ ଥାନାରେ ଠକେଇର ଶିକାର ହୋଇଥିବା ନେଇ ଅଭିଯୋଗ କରିଛନ୍ତି। ସେହିପରି ଭଦ୍ରକର ଆଉ ଜଣେ ଯବାନ ମଧ୍ୟ ଭଦ୍ରକ ଗ୍ରାମାଞ୍ଚଳ ଥାନାରେ ଠକେଇର ଶୀକାର ହୋଇଥିବା ନେଇ ସେହି ଯୁବତୀଙ୍କ ନାଁରେ ସମାନ ଅଭିଯୋଗ ଆଣିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking