31.1 C
Bhubaneswar
Sunday, May 19, 2024
Homeଦେଶ ବିଦେଶଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ସୌନ୍ଦର୍ଯ୍ୟକୁ ନେଇ ଆଶ୍ଚର୍ଯ୍ୟ ହେଲେ ଫ୍ୟାନ୍ସ

ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ସୌନ୍ଦର୍ଯ୍ୟକୁ ନେଇ ଆଶ୍ଚର୍ଯ୍ୟ ହେଲେ ଫ୍ୟାନ୍ସ

ନୂଆଦିଲ୍ଲୀ: ବିଶ୍ଵସୁନ୍ଦରୀ ଐଶ୍ୱର୍ଯ୍ୟା ରାଏ ବଚ୍ଚନ ସବୁବେଳେ ନିଜ ସୌନ୍ଦର୍ଯ୍ୟକୁ ନେଇ ଚର୍ଚ୍ଚାରେ ରହିଆସିଛନ୍ତି । ଐଶ୍ୱର୍ଯ୍ୟା ଫିଲ୍ମ ବ୍ୟତୀତ ନିଜ ସୌନ୍ଦର୍ଯ୍ୟ ମାଧ୍ୟମରେ ସର୍ବଦା ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଥାନ୍ତି । ଏବେ ମଧ୍ୟ ଅଭିନେତ୍ରୀ ନିଜ ସୌନ୍ଦର୍ଯ୍ୟ ପାଇଁ ଚର୍ଚ୍ଚାରେ ରହିଛନ୍ତି କିନ୍ତୁ ପ୍ରଶଂସା ନୁହଁ ଲୋକମାନେ ତାଙ୍କୁ ଟ୍ରୋଲ କରୁଛନ୍ତି ।
ବିଶ୍ଵସୁନ୍ଦରୀ ଐଶ୍ୱର୍ଯ୍ୟା ରାଏ ବଚ୍ଚନ ସବୁବେଳେ ନିଜ ସୌନ୍ଦର୍ଯ୍ୟକୁ ନେଇ ଚର୍ଚ୍ଚାରେ ରହିଆସିଛନ୍ତି । ଐଶ୍ୱର୍ଯ୍ୟା ଫିଲ୍ମ ବ୍ୟତୀତ ନିଜ ସୌନ୍ଦର୍ଯ୍ୟ ମାଧ୍ୟମରେ ସର୍ବଦା ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଥାନ୍ତି । ଏବେ ମଧ୍ୟ ଅଭିନେତ୍ରୀ ନିଜ ସୌନ୍ଦର୍ଯ୍ୟ ପାଇଁ ଚର୍ଚ୍ଚାରେ ରହିଛନ୍ତି କିନ୍ତୁ ପ୍ରଶଂସା ନୁହଁ ଲୋକମାନେ ତାଙ୍କୁ ଟ୍ରୋଲ କରୁଛନ୍ତି ।
ନିକଟରେ ନିକଟରେ ଐଶ୍ୱର୍ଯ୍ୟା ପାରିସ୍ ଫ୍ୟାସନ୍ ୱିକ୍‌ରେ ନଜର ଆସିଥିଲେ । ଏଥିରେ ସେ ଖ’ଙକ୍ସରବକ୍ଷ ବ୍ରାଣ୍ଡ ପାଇଁ ରାମ୍ପୱାକ୍ କରିଥିଲେ । ରାମ୍ପୱାକ୍ ପାଇଁ ଐଶ୍ୱର୍ଯ୍ୟା ଏକ ଗାଉନ୍ ପିନ୍ଧିଥିଲେ । ସେ ନିଜକୁ ପ୍ରମାଣ କରିଥିଲେ ଯେ, ବୟସ ବଢିବା ପରେ ମଧ୍ୟ ତାଙ୍କ ସୌନ୍ଦର୍ଯ୍ୟ ଏବଂ ଆତ୍ମବିଶ୍ୱାସ କିଛି କମ୍ ହୋଇନାହିଁ । ସେଠାରେ ତାଙ୍କ ବଡିସେମ୍ ବି କରାଯାଇଥିଲା । ଆଉ ସେଠାରୁ ଫେରିବା ପରେ ସେ ମୁମ୍ବାଇର ଏକ କାର‌୍ୟ୍ୟକ୍ରମରେ ଯୋଗ ଦେଇଥିଲେ । ଯାହାର ଫଟୋ ସେ ଇନ୍‌ଷ୍ଟାଗ୍ରାମରେ ସେୟାର କରିଛନ୍ତି । ତାଙ୍କ ଲୁକ୍ ଦେଖିବା ପରେ ପ୍ୟାନ୍ସମାନେ ତାଙ୍କୁ ବହୁତ ଟ୍ରୋଲ କରିଛନ୍ତି ।
ଐଶ୍ୱର୍ଯ୍ୟା ମୁମ୍ବାଇର ଏକ ଇଭେଣ୍ଟରେ ଯୋଗ ଦେଇଥିଲେ । ସେଠାରେ ସେ ଏକ କଳା ରଙ୍ଗର ଫୁଲ୍ ଲେନ୍ଥ କୁର୍ତ୍ତା ପିନ୍ଧିଥିଲେ । ତାଙ୍କ କୁର୍ତ୍ତା ସିମ୍ପଲ୍ ଥିଲା ଏବଂ ଏହି ରଙ୍ଗ ତାଙ୍କୁ ବହୁତ ସୁନ୍ଦର ମାନୁଥିଲା । ଐଶ୍ୱର‌୍ୟ୍ୟା ନିଜ ସିଗନେଚର ପୋଜ୍ ଦେଇ କିଛି ଫଟୋ ସେୟାର କରିଥିଲେ । ଯାହାକୁ ଦେଖି ଫ୍ୟାନ୍ସମାନଙ୍କୁ ସେ ଐଶ୍ୱର୍ଯ୍ୟା ବୋଲି ବିଶ୍ୱାସ ହୋଇନଥିଲା । ଲୋକମାନେ କହିଥିଲେ ଯେ ସେ ଫଟୋସପ କରିଛନ୍ତି ଓ ଫିଲଟର ବ୍ୟବହାର କରିଛନ୍ତି ।
ଜଣେ ୟୁଜର କମେଣ୍ଟରେ ଲେଖିଛନ୍ତି, ‘ଏଥିରେ ବହୁତ ଫିଲଟର ବ୍ୟବହାର ହୋଇଛି । ଏହା ତାଙ୍କ ଚେହେରା ଏବଂ ମୁହଁ ନୁହେଁ । ଆଉ ମଧ୍ୟ ଜଣେ କହିଛନ୍ତି କି ଐଶ୍ୱର୍ଯ୍ୟାଙ୍କ ଭଳି ଜଣେ ଶିକ୍ଷିତ ମହିଳାଙ୍କ ଠାରୁ ସେ ଏସବୁ ଆଶା କରିନଥିଲେ । ଅନ୍ୟ ଜଣେ ୟୁଜର କମେଣ୍ଟରେ ଲେଖିଛନ୍ତି ବହୁତ ଫଟୋସପ୍ କରାଯାଇଛି । ତଥାପି କିଛି ଲୋକ ତାଙ୍କ ସୌନ୍ଦର୍ଯ୍ୟକୁ ହୃଦୟରୁ ପ୍ରଂଶସା କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking