30.1 C
Bhubaneswar
Wednesday, June 26, 2024
Homeଓଡିଶାଜୁଇରେ ଜଳିଲା ନବବଧୂର ସପନ

ଜୁଇରେ ଜଳିଲା ନବବଧୂର ସପନ

ଭୁବନେଶ୍ୱର:ନବ ବଧୂଙ୍କୁ ତଣ୍ଟି ଚିପି ହତ୍ୟା ଅଭିଯୋଗ । ଭୁବନେଶ୍ୱର ଉପକଣ୍ଠ ଜରିପାଟଣା ଗାଁରୁ ଆସିଛି ଏପରି ଅଭିଯୋଗ । ମୃତକ ହେଉଛନ୍ତି ଜଗତସିଂହପୁର ଜିଲ୍ଲା ଡିଆସାହିର ଲକ୍ଷ୍ମୀପ୍ରିୟା ମହାନ୍ତି ।
ଖବର ଅନୁଯାୟୀ, ଦୁଇ ବର୍ଷ ତଳେ ଲକ୍ଷ୍ମୀପ୍ରିୟା ଜରିପାଟଣାର ପ୍ରଭାତ ପରିଡ଼ାଙ୍କୁ ବିବାହ କରିଥିଲେ । ବେଶ୍ ହସ୍ଖୁସିରେ ଚାଲିଥିଲା ପରିବାର । ହେଲେ ଏବେ ଲକ୍ଷ୍ମୀପ୍ରିୟାଙ୍କର ମୃତ୍ୟୁ ହୋଇଛି । ହତ୍ୟାର ପ୍ରକୃତ କାରଣ ଜଣାପଡିନଥିବା ବେଳେ ଝିଅ ପରିବାର ପକ୍ଷରୁ ହତ୍ୟା ଅଭିଯୋଗ ଆସିଛି । ସ୍ୱାମୀ ଓ ଶ୍ୱଶୂର ଘର ଲୋକେ ମିଶି ଲକ୍ଷ୍ମୀପ୍ରିୟାଙ୍କୁ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ମୃତକଙ୍କ ପରିବାର ।
ସେପଟେ ଏନେଇ ଭୁବନେଶ୍ୱର ସ୍ଥିତ ମଞ୍ଚେଶ୍ୱର ଥାନାରେ ଅଭିଯୋଗ ହୋଇଛି । ପୋଲିସ ଅଭିଯୋଗ ପରେ ଘଟଣାରେ ଛାନ୍ଭିନ୍ ଆରମ୍ଭ କରିଛି । କିଭଳି ଏବଂ କେଉଁ ପରିସ୍ଥିତିରେ ଲକ୍ଷ୍ମୀପ୍ରିୟାଙ୍କ ମୃତ୍ୟୁ ହୋଇଛି । ସେନେଇ ଖୋଳତାଡ଼ ଜାରି ରଖିଛି ପୋଲିସ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking