ଗୋଆ : କେନ୍ଦ୍ର ସୂଚନା ଓ ପ୍ରସାରଣ, ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରୀ ଶ୍ରୀ ଅନୁରାଗ ସିଂହ ଠାକୁର ଆଜି ଗୋଆର ମେରିୟଟ୍ ରିସୋର୍ଟଠାରେ ଦକ୍ଷିଣ ଏସିଆର ସର୍ବବୃହତ ଚଳଚ୍ଚିତ୍ର ବଜାରକୁ ଉଦ୍ ଘାଟନ କରିଛନ୍ତି । ଏହି ଅବସରରେ ସେ କହିଛନ୍ତି, ଏହି ଚଳଚ୍ଚିତ୍ର ବଜାର, ଚିନ୍ତାଧାରାର ଏକ ବଜାର ପରି ବିଶ୍ବର ବିଶ୍ବର କୋଣ କେ ଅନୁକୋଣରୁ ଚଳଚ୍ଚିତ୍ର ନିର୍ମାତା, ପ୍ରଯୋଜକ ଏବଂ କାହାଣୀକ ହାଣୀକାରଙ୍କ ପାଇଁ ଏକ ସମାଗମସ୍ଥଳୀ । । ଏହା ସୃଜନଶୀଳତା ଓ ବ୍ୟବସାୟ, ଧାରଣା ଓ ପ୍ରେରଣାର ଏକ ମିଶ୍ରଣ ଯାହା ଏହି ସମୃଦ୍ଧ ସିନେମା ବଜ ବଜାରକୁ ଗଠନ କରେ ବୋଲି ସେ କହିଛନ୍ତି । ଏହି ଅବସରରେ ଶ୍ରୀ ଅନୁରାଗ ରାଗ ସିଂହ ଠାକୁର କହିଥିଲେ ଯେ ବାର୍ଷିକ ୨୦% ଅଭିବୃଦ୍ଧି ବୃଦ୍ଧି ହାର ସହିତ ଭାରତୀୟ ଗଣମାଧ୍ୟମ ଏବଂ ଏବଂ ମନୋରଞ୍ଜନ ଶିଳ୍ପ ବିଶ୍ବର ପଞ୍ଚମ ବୃହତ୍ତମ ଏବଂ ସର୍ବାକ ବିଶ୍ବବିଦିତ ଶିଳ୍ପ ଭାବରେ ପ୍ରଶଂସିତ । ଏହାର ୧୭ତମ ବର୍ଷରେ ଫିଲ୍ମ ବଜାର ଆଇଏଫ୍ ରଏଫ୍ଏଫ୍ଆଇର ଏକ ଅପରିହାର୍ଯ୍ୟ ମୂଳଦୁଆ ପା ପାଲଟିଛି। ଦେଶର ସୀମା ଅତିକ୍ରମ କରି ଏସିଆର ଅନ୍ୟତମ ବୃହତ୍ତମ ଚଳଚ୍ଚିତ୍ର ବଜାରରେ ପରିଣତ ପରିଣତ ହୋଇଛି।ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ଚଳିତ ବର୍ଷ ଫିଲ୍ମ ବଜାର ପାଇଁ ଚଳଚ୍ଚିତ୍ର ଚୟନରେ କାଳ୍ପନିକ, ପ୍ରାମାଣିକ କ୍ଷୁଦ୍ର ଚଳଚ୍ଚିତ୍ର, ପ୍ରାମାଣିକ, ରୋମାଞ୍ଚକର ଚଳଚ୍ଚିତ୍ର ଏବଂ ଏପରିକି ଏନିମେଟେଡ୍ ଚଳଚ୍ଚିତ୍ରର ବିବିଧ ମିଶ୍ରଣ ପ୍ରତିଫଳିତ ହୋଇଛି ଯେଉଁଥିରେ ପ୍ରବାସୀ, ପିତୃତ୍ବ, ସହରାଞ୍ଚଳ କ୍ରୋଧ, ଅତ୍ୟଧିକ ଦାରିଦ୍ର୍ୟ, ଜଳବାୟୁ ସଙ୍କଟ, ଜାତୀୟତାବାଦ, କ୍ରୀଡ଼ା ଏବଂ ଫିଟନେସ୍ ସମ୍ୱନ୍ଧୀୟ ସାର୍ବଜନୀନ ବିଷୟବସ୍ତୁ ପ୍ରସାରିତ କରାଯାଇଛି। ସହ-ପ୍ରଯୋଜନା ବଜାର ବିଷୟରେ ମନ୍ତ୍ରୀ କହିଛନ୍ତି ଯେ ଆମେ ଗର୍ବର ସହ କୋ-ପ୍ରଡକ୍ସନ ମାର୍କେଟରେ ୭ଟି ଦେଶର ୧୨ଟି ଡକ୍ୟୁମେଣ୍ଟାରୀ ଉପସ୍ଥାପନ କରୁଛୁ, ଯେଉଁଥ୍ରେ ୧୭ଟି ଭିନ୍ନ ଭିନ୍ନ ଭାଷାର ଜୀବନକୁ ଉଜାଗର କରାଯାଇଛି । ଫିଲ୍ମ ନିର୍ମାତାଙ୍କ ଲେନ୍ସ ମାଧ୍ୟମରେ ଏହା ବାସ୍ତବତାର ଦିଗରେ ଏକ ଯାତ୍ରା । ସେ ଆହୁରି ମଧ୍ୟ କହିଛନ୍ତି ଯେ ଭିଡିଓ ଲାଇବ୍ରେରୀ ପ୍ଲାଟଫର୍ମ, ଫର୍ମ, ଭୁଇଂ ରୁମ୍, ୧୯୦ଟି ଉପସ୍ଥାପନା ପ୍ରଦର୍ଶିତ କରିଥାଏ, ଯେଉଁଥୁରୁ କିଛି ଉପସ୍ଥାପନା ଫିଲ୍ମ ବଜାର ସୁପାରିସ (ଏଫବିଆର) ପାଇଁ ଚୟନ କରାଯିବ । ୱାର୍କ-ଇନ୍-ପ୍ରୋଗ୍ରେସ୍ ଲ୍ୟାବ୍ ହେଉଛି ଯେଉଁଠାରେ ଚଳଚ୍ଚିତ୍ର ନିର୍ମାତାମାନେ ସେମାନଙ୍କ କାମର ନିଚ୍ଛକ ସୌନ୍ଦର୍ଯ୍ୟ ପ୍ରଦର୍ଶନ କରିଛନ୍ତି। ଗତବର୍ଷ ତବର୍ଷ ତୁଳନାରେ ପ୍ରକଳ୍ପ ସଂଖ୍ୟା ଦ୍ଵିଗୁଣିତ ହୋଇଥିବାରୁ ଚଳିତ ବର୍ଷ ୧୦ଟି ପ୍ରକଳ୍ପ ଉନ୍ମୋଚନ ପାଇଁ ପ୍ରସ୍ତୁତ ପ୍ରସ୍ତୁତ ରହିଛି ବୋଲି ମନ୍ତ୍ରୀ କହିଛନ୍ତି। ଏଥି ସହ ଶ୍ରୀ ଠାକୁର ଏହା ମଧ୍ୟ ଘୋଷଣା କରିଛନ୍ତି ଯେ ନବସୃଜନକୁ ଜନକୁ ସ୍ବୀକୃତି ଦେବା ପାଇଁ ଏବଂ ବ୍ୟବସାୟ ସହଜ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ ଅନୁଯାୟୀ , “ବୁକ୍ ଟୁ ବକ୍ସ ଅଫିସ” ନାମକ ଏକ ଆକର୍ଷଣୀୟ ନୂତନ ଉପାଦାନ ଯୋଡାଯାଇଛି, ଯେଉଁଥିରେ ୫୯ଟି ଉପସ୍ଥାପନାକୁ ନିରବଚ୍ଛିନ୍ନ ଭାବରେ ପ୍ରଦର୍ଶନ କରାଯିବ ଯାହା ପୁସ୍ତକରୁ ପରଦାକୁ ଡେଇଁବ । ଏହି ଅବସରରେ ମନ୍ତ୍ରୀ ଗୁଗଲ ଆର୍ଟସ ଆଣ୍ଡ କଲଚର ହିନ୍ଦୀ ପ୍ରଦର୍ଶନୀକୁ ଉଦଘାଟନ କରିଥିଲେ ଯାହା ଏକ ଅନଲାଇନ ଯେଉଁଥ୍ରେ ହିନ୍ଦୀ ଚଳଚ୍ଚିତ୍ରର ଫଟୋ ଏବଂ କ୍ଷୁଦ୍ର ଭିଡିଓ ରହିଛି । ୫୪ତମ ଆଇଏଫ୍ଏଫ୍ଆଇରେ ଫିଲ୍ମ ବଜାରରେ ପ୍ରାମାଣିକ ଚଳଚ୍ଚିତ୍ର, ରୋମାଞ୍ଚକର ଚଳଚ୍ଚିତ୍ର, ଜଳବାୟୁ ସଙ୍କଟ, କାଳ୍ପନିକ ଆଦି ବିଭିନ୍ନ ଶୈଳୀର ୧୦ଟି ସୁପାରିସ କରାଯାଇଥିବା ଚଳଚ୍ଚିତ୍ର ପ୍ରଦର୍ଶିତ ହେବ । ଏହି ଚଳଚ୍ଚିତ୍ରଗୁଡ଼ିକ ଇଂରାଜୀ, ହିନ୍ଦୀ, ବଙ୍ଗଳା, ମାରୱାଡି, କନ୍ନଡ ଏବଂ ମାଓରୀ ବା ନ୍ୟୁଜିଲାଣ୍ଡ ଭାଷାରେ ରହିଛି । ଚଳିତ ବର୍ଷ ଫିଲ୍ମ ବଜାରରେ ଏକ ନୂଆ ପ୍ରସ୍ତୁତ “ଭିଏଫଏକ୍ସ ଆଣ୍ଡ ଟେକ୍ ପ୍ୟାଭିଲିୟନ୍” ରହିଛି, ଯାହାର ଉଦ୍ଦେଶ୍ୟ ହେଉଛି ଚଳଚ୍ଚିତ୍ର ନିର୍ମାତାଙ୍କୁ ଅତ୍ୟାଧୁନିକ ଉଦ୍ଭାବନ ବିଷୟରେ ସଚେତନ କରାଇବା, କେବଳ “ଶଟ୍ ନେବା”ର ପାରମ୍ପରିକ ଉପାୟ ନୁହେଁ, ବରଂ “ଶଟ୍ ତିଆରି କରିବା”ର ପାରମ୍ପରିକ ଉପାୟ ଦ୍ବାରା କାହାଣୀର ସମ୍ଭାବନାକୁ ଅନୁସନ୍ଧାନ କରିବା । ଫିଲ୍ମ ବଜାରରେ ଭାରତ, ବାଂଲାଦେଶ, ଶ୍ରୀଲଙ୍କା, ଆମେରିକା, ବ୍ରିଟେନ, ସିଙ୍ଗାପୁର, ଜର୍ମାନୀ, ଫ୍ରାନ୍ସ, ପୋଲାଣ୍ଡ, ଲକ୍ଜେମବର୍ଗ ଏବଂ ଇସ୍ରାଏଲରୁ ସହପ୍ରଯୋଜନା ବଜାରର ଫିଚର-ଲେନ୍ଥ ପ୍ରୋଜେକ୍ଟଗୁଡିକର ଆନୁଷ୍ଠାନିକ ଚୟନ କରାଯାଇଛି। ମନୋନିତ ଚଳଚ୍ଚିତ୍ର ନିର୍ମାତାମାନେ ଅନ୍ତର୍ଜାତୀୟ ଏବଂ ଭାରତୀୟ ପ୍ରଯୋଜକ, ବିତରକ, ଫେଷ୍ଟିଭାଲ ପ୍ରୋଗ୍ରାମର, ଫାଇନାନ୍ସର ଏବଂ ସେଲ୍ସ ଏଜେଣ୍ଟମାନଙ୍କୁ ମୁକ୍ତ ମଞ୍ଚରେ ସେମାନଙ୍କ ପ୍ରକଳ୍ପ ଉପସ୍ଥାପନ କରିବେ ।ଜାତୀୟ ଚଳଚ୍ଚିତ୍ର ଉନ୍ନୟନ ନିଗମ (ଏନଏଫଡିସି) ଦ୍ବାରା ଆରମ୍ଭ ହୋଇଥିବା ଫିଲ୍ମ ବଜାର ଦକ୍ଷିଣ ଏସିଆର ସର୍ବବୃହତ ଚଳଚ୍ଚିତ୍ର ବଜାର ରୂପରେ ବିକଶିତ ହୋଇଛି, ଯାହା ସ୍ଥାନୀୟ ଚଳଚ୍ଚିତ୍ର ନିର୍ମାତାମାନଙ୍କୁ ବିଶ୍ବସ୍ତରୀୟ ପ୍ରଯୋଜକ ଏବଂ ବିତରକଙ୍କ ସହ ଯୋଡ଼ିଛି ।