29.1 C
Bhubaneswar
Saturday, July 27, 2024
Homeବଲିଉଡ'ଡ଼ନ୍-୩'କୁ ମିଳିବ କି ପ୍ରିୟଙ୍କାଙ୍କ ଗ୍ରୀନ ସିଗ୍ନାଲ

‘ଡ଼ନ୍-୩’କୁ ମିଳିବ କି ପ୍ରିୟଙ୍କାଙ୍କ ଗ୍ରୀନ ସିଗ୍ନାଲ

ମୁମ୍ବାଇ : ‘ଡନ୍ ୩’ ପୂର୍ବରୁ ଫରହାନ୍ ପ୍ରିୟଙ୍କାଙ୍କ ସହ ‘ଜି ଲେ ଜରା’ ଫିଲ୍ମ ଘୋଷଣା କରିଥିଲେ କିନ୍ତୁ ତାରିଖରେ ସମସ୍ୟା ହେତୁ ଏହି ଚଳଚ୍ଚିତ୍ରଟି ଅଟକି ଯାଇଥିଲା । ଫରହାନ ଖୁବ ଶୀଘ୍ର ରଣଭୀରଙ୍କ ସହ ଡନ୍-୩ ପାଇଁ ସୁଟିଂ ଆରମ୍ଭ କରିବାକୁ ଯାଉଛନ୍ତି। ଯଦି ସେ ପ୍ରିୟଙ୍କାଙ୍କ ପାର୍ଶ୍ୱରୁ ଗ୍ରୀନ ସିଗ୍ନାଲ ପାଆନ୍ତି ତେବେ ଏହା ତାଙ୍କ ପାଇଁ ବହୁତ ବଡ଼ କଥା ହେବ ।ଅଭିନେତା ପ୍ରିୟଙ୍କା ଚୋପ୍ରା ଜୋନାସ ନିକଟରେ ଭାରତର ଆସିଥିଲେ ଏବଂ ସେ ହିନ୍ଦୀ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ତାଙ୍କର ପରବର୍ତ୍ତୀ ଫିଲ୍ମ କରିବା ପାଇଁ ଇଣ୍ଡଷ୍ଟ୍ରିର ଲୋକଙ୍କୁ ଭେଟିବାକୁ ଆସିଥିଲେ । ଏହାସହ ସେ ଡନ୍ ଫ୍ରାଞ୍ଚାଇଜ୍ ନଜର ଆସିବେ ବୋଲି ସୂଚନା ମିଳିଛି । ଚଳଚ୍ଚିତ୍ର ନିର୍ମାତା ଫରହାନ ଅଖତର ନିକଟରେ ଅଭିନେତା ରଣଭୀର ସିଂଙ୍କ ସହ ଡନ୍ ଫ୍ରାଞ୍ଚାଇଜ୍ ର ପରବର୍ତ୍ତୀ ଚଳଚ୍ଚିତ୍ର ଡନ୍ ୩ ଘୋଷଣା କରିଥିଲେ। ଏହି ଫ୍ରାଞ୍ଚାଇଜ୍ ୧୯୭୮ ମସିହାରେ ମୁକ୍ତିଲାଭ କରିଥିବା ହିନ୍ଦୀ ସିନେମା ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ଅଭିନୀତ ‘ଡନ୍’ ଫିଲ୍ମର ରିମେକ୍ ଫିଲ୍ମ ଡନ୍: ଦି ଚେଜ୍ ପୁନର୍ବାର ଆରମ୍ଭ ହୋଇଥିଲା। ଏକ ସୂତ୍ର ଅନୁଯାୟୀ, ଅଖତର ବର୍ତ୍ତମାନ ତାଙ୍କର ‘ଦିଲ ଧଡକନେ ଦୋ’ ସହ-ତାରକାଙ୍କ ସହ ମିଳିତ ହେବା ଦିଗରେ କାର୍ଯ୍ୟ କରୁଛନ୍ତି। ଡନ୍ ୩ ର ନିର୍ମାତା ସମ୍ପ୍ରତି ଭାରତ ଗସ୍ତ ସମୟରେ ଅନେକ ହଲିଉଡ ପ୍ରୋଜେକ୍ଟରେ କାମ କରୁଥିବା ପ୍ରିୟଙ୍କାଙ୍କ ସହ କଥା ହୋଇଥିଲେ। ପ୍ରିୟଙ୍କା ମଧ୍ୟ ଫିଲ୍ମ କରିବାକୁ ଆଗ୍ରହ ଦେଖାଇଛନ୍ତି, କିନ୍ତୁ ସେ ଏପର୍ଯ୍ୟନ୍ତ ଅନୁମୋଦନ ଦେଇନାହାଁନ୍ତି। ସେ ତାଙ୍କ କାର୍ଯ୍ୟସୂଚୀରୁ ଫିଲ୍ମର ତାରିଖ ବିଷୟରେ ବିଚାର କରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking