26.1 C
Bhubaneswar
Tuesday, September 17, 2024
Homeଅପରାଧନାବାଳିକାଙ୍କୁ ଦୁଷ୍କର୍ମ ପରେ ଜିଅନ୍ତା ଜାଳି ଦେଇଥିଲେ; ୨ ଭାଇଙ୍କୁ ମୃତ୍ୟୁ ଦଣ୍ଡାଦେଶ ନିର୍ଦ୍ଦେଶ

ନାବାଳିକାଙ୍କୁ ଦୁଷ୍କର୍ମ ପରେ ଜିଅନ୍ତା ଜାଳି ଦେଇଥିଲେ; ୨ ଭାଇଙ୍କୁ ମୃତ୍ୟୁ ଦଣ୍ଡାଦେଶ ନିର୍ଦ୍ଦେଶ

ରାଜସ୍ଥାନ : ରାଜସ୍ଥାନରେ ଘଟିଥିଲା ଏକ ଅଭାବନୀୟ ଘଟଣା । ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରି କୋଇଲା ଆଞ୍ଚରେ ଜାଳି ଦେଇଥିଲେ ଦୁଇଭାଇ । ତେବେ ଏହି ମାମଲାରେ ରାୟ ଶୁଣାଇଛନ୍ତି ଅଦାଲତ। ଭିଲୱାରରାର ଏକ ସ୍ୱତନ୍ତ୍ର କୋର୍ଟ ଏହି ମାମଲାର ଶୁଣାଣି କରି ଦୁଇ ଭାଇଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦେଇଛନ୍ତି ।

ସୂଚନା ଅନୁସାରେ, ଗତ ବର୍ଷ ଅଗଷ୍ଟ ୩ରେ ଜଣେ ୧୪ ବର୍ଷର ନାବାଳିକାଙ୍କୁ ଦୁଇ ଭାଇ ଦୁଷ୍କର୍ମ କରିଥିଲେ। ସେ ନିକଟସ୍ଥ ଜଙ୍ଗଲକୁ ଗାଇ ଚରାଇବାକୁ ଯାଇଥିବା ସମୟରେ କାଲେବଲିଆ ଜନଜାତିର ଦୁଇ ଭାଇ କାଲୁ ଏବଂ କାହ୍ନା ତାଙ୍କୁ ଦୁଷ୍କର୍ମ କରିବା ପରେ ଏକ କୋଇଲା ଆଞ୍ଚରେ ଜୀବନ୍ତା ଜାଳି ଦେଇଥିଲେ। ତଦନ୍ତ ପରେ ପୁଲିସ କାଲୁ ଏବଂ କାହ୍ନାକୁ ଗିରଫ କରିଥିଲା। କୋର୍ଟରେ ମାମଲା ଚାଲିଥିବା ବେଳେ ପ୍ରମାଣ ନଷ୍ଟ ଅଭିଯୋଗରେ ତିନି ଜଣ ମହିଳାଙ୍କ ସମେତ ୭ ଜଣଙ୍କୁ ମଧ୍ୟ ଗିରଫ କରିଥିଲା ପୁଲିସ। ଆଜି ଏ ମାମଲା ଉପରେ ରାଜସ୍ଥାନର ଭିଲୱାରାର ସ୍ପତନ୍ତ୍ର କୋର୍ଟ ରାୟ ଶୁଣାଇଛନ୍ତି।

ଶୁଣାଣି ସମୟରେ ବିଚାରପତି ଅନିଲ ଗୁପ୍ତା ମାମଲାକୁ ବିରଳରୁ ଅତି ବିରଳ ବୋଲି ଦର୍ଶାଇଛନ୍ତି। ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଆଧାର କରି କାଲୁ ଏବଂ କାହ୍ନାଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦେବା ସହ ପ୍ରମାଣ ନଷ୍ଟ ଅଭିଯୋଗରେ ଗିରଫ ହୋଇଥିବା ୭ ଜଣଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ରିପୋର୍ଟ ଅନୁସାରେ, ନିର୍ଦ୍ଦୋଷରେ ଖଲାସ ହୋଇଥିବା ୭ ଜଣଙ୍କ ମଧ୍ୟରୁ ତିନି ଜଣ ମହିଳା କାଲୁ ଏବଂ କାହ୍ନାକୁ ବିବାହ କରିଥିଲେ। ତେବେ କାଲୁ ଏବଂ କାହ୍ନା ସ୍ୱତନ୍ତ୍ର କୋର୍ଟଙ୍କ ରାୟକୁ ରାଜସ୍ଥାନ ହାଇକୋର୍ଟରେ ଚ୍ୟାଲେଞ୍ଜ କରିପାରନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking