28.1 C
Bhubaneswar
Tuesday, May 21, 2024
Homeଦେଶ ବିଦେଶମୋବାଇଲ୍ ପାଇଁ ଜୀବନ ହାରିଲା ନାବାଳକ

ମୋବାଇଲ୍ ପାଇଁ ଜୀବନ ହାରିଲା ନାବାଳକ

ନୂଆଦିଲ୍ଲୀ: ମୋବାଇଲ୍ ନିଶା ଏବେ ସମସ୍ତଙ୍କୁ ଘାରିଛି । ଏହି ମୋବାଇଲ୍ ନିଶା ଏବେ ଜଣେ ୧୫ ବର୍ଷ ବାଳକର ଜୀବନ ନେଇଯାଇଛି । ପିଲାଟି ହାତରୁ ମୋବାଇଲ୍ ନେବା ପାଇଁ ପରିବାର ଲୋକ ଅନେକ ଦିନ ହେଲା ଚେଷ୍ଟା କରୁଥିଲେ । ଘଟଣାରୁ ଜଣାପଡ଼ିଛି ଯେ, ବାଳକଟି ଗତ କିଛି ଦିନ ହେଲା ମୋବାଇଲ ମାୟାରେ ଏମିତି ପଡ଼ିଯାଇଥିଲା ଯେ, ଘଡ଼ିଏ ମଧ୍ୟ ତାକୁ ଛାଡ଼ିବାକୁ ଚାହୁଁନଥିଲା । ବିଶେଷ କରି ନୂଆ ନୂଆ ମୋବାଇଲ ଗେମ୍‌ର ନିଶା ତାକୁ ପୁରା କବଳିତ କରି ରଖିଥିଲା । ହଠାତ୍ ଦିନେ କୌଣସି କାରଣରୁ ମୋବାଇଲ୍‌ଟି ଖରାପ ହୋଇଗଲା ।

ଫଳରେ ପିଲାଟି ବ୍ୟସ୍ତ ହୋଇପଡ଼ିଲା । ମୋବାଇଲ୍‌ଟି ତୁରନ୍ତ ମରାମତି କରିବାକୁ ସେ ଘର ଲୋକଙ୍କୁ ଅନୁରୋଧ କରିଥିଲା । ତେବେ ପିଲାଟି ପାଖରୁ ମୋବାଇଲ୍ ଛଡ଼େଇବାର ଏହା ଏକ ମଉକା ଭାବି ଘର ଲୋକ ତା’ କଥା ଜମା ଶୁଣିନଥିଲେ । ଫଳରେ ପିଲାଟି ଚିନ୍ତିତ ହୋଇପଡ଼ିଲା । ତେବେ ଏକଥାକୁ କେହି ଗୁରୁତ୍ୱ ଦେଇନଥିଲେ । ଏମିତି ହଠାତ୍ ଦିନେ ଘର ଲୋକ ବାହାରକୁ ଯାଇଥିବା ବେଳେ ପିଲାଟି ଘରର ସିଲିଂ ଫ୍ୟାନ୍‌ରେ ଏକ ଓଢ଼ଣୀ ସାହାଯ୍ୟରେ ଝୁଲି ପଡ଼ିଲା । ଘର ଲୋକ ଦେଖିବା ପରେ ତାକୁ ସଂଗେ ସଂଗେ ଡାକ୍ତରଖାନା ନେଇଥିଲେ ମଧ୍ୟ ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ । ପିଲାଟିର ବାପା ଗ୍ରେଟର ନୋଇଡ଼ାରେ ଜଣେ ଗାର୍ଡନର ଭାବେ କାମ କରୁଥିଲେ । ତାଙ୍କର ଆର୍ôଥକ ଅବସ୍ଥା ମଧ୍ୟ ଭଲ ନଥିଲା । ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚିଛି । ତେବେ ମୋବାଇଲ ହିଁ ପିଲାଟିର ମୃତ୍ୟୁର କାରଣ ବୋଲି ପୋଲିସ କହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking