33.1 C
Bhubaneswar
Friday, May 3, 2024
Homeଦେଶ ବିଦେଶନାବାଳକ ସାଜିଲା ହତ୍ୟାକାରୀ

ନାବାଳକ ସାଜିଲା ହତ୍ୟାକାରୀ

ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶର ଜବଲପୁର ଠାରେ ଏପରି ଏକ ହତ୍ୟା ଘଟଣା ସାମନାକୁ ଆସିଛି ଯାହା ସମସ୍ତଙ୍କୁ ଚକିତ କରିଦେଇଛି । ହତ୍ୟାକାରୀ ଜଣେ ୧୫ ବର୍ଷିୟ ନାବାଳକ । ନାବଳକ ଜଣକ ନିଜ ପଡିଶାରେ ରହୁଥିବା ନିଜ ସାଙ୍ଗକୁ ହତ୍ୟା କରିଦେଇଛି ।

ସୂଚନାଯୋଗ୍ୟଯେ , ରାଜା ପ୍ରଥମେ ନିଖୋଜ ହୋଇଯାଇଥିଲା । ପରିବାର ବର୍ଗ ପୋଲିସରେ ରାଜାର ନିଖୋଜ ହେବାର ରିପୋର୍ଟ ଲେଖାଇଥିଲେ । ପରେ ପୋଲିସ ଆସି ଗ୍ରାମବାସୀଙ୍କୁ ପଚରାଉଚରା କରିଥିଲା । ରାଜାକୁ ଶେଷ ଥର ପାଇଁ ପଡିଶା ଘରେ ରହୁଥିବା ୧୫ ବର୍ଷିୟ ନାବାଳକ ସହ ଦେଖା ଯାଇଥିଲା ବୋଲି ଜଣା ପଡିଥିଲା ।

ଏହାପରେ ପୋଲିସ ନାବାଳକକୁ ପଚରାଉଚରା କରିଥିଲା । ପ୍ରଥମେ ନାବାଳକ ଜଣକ ପୋଲିସ ଆଗରେ ବାହାନା କରିଥିଲା । ପରେ ପୋଲିସ ଥାନାକୁ ନେଇ ପଚାରିବାରୁ ସେ ସବୁ ସତ ପୋଲିସକୁ କହିଥିଲା ଓ ନିଜ ଦୋଷ ମାନିଥିଲା ।

ଆରୋପୀ ନାବାଳକ ପୋଲିସକୁ କହିଥିଲା ଯେ, ରାଜାର ଭଉଣି ସହ ତା’ର କଥାବାର୍ତ୍ତା ଥିଲା । ତେଣୁ ଏହାକୁ ରାଜା ନିଜ ପରିବାର ରେ କହିଦେବ ବୋଲି ବାରମ୍ବାର ଧମକ ଦେଉଥିଲା । ରାଜା ନାବାଳକ ଠାରୁ ଏହି କଥାକୁ ଲୁଚାଇବା ପାଇଁ ପଇସା ମଧ୍ୟ ନେଉଥିଲା ଓ କେବେ କେବେ ଗେମ ଖେଳିବା ପାଇଁ ନାବାଳକର ଫୋନ ମଧ୍ୟ ନେଇଯାଉଥିଲା ।

ଏଥିରୁ ଅତିଷ୍ଠ ହୋଇ ଆରୋପୀ ନାବାଳକ ଜଣକ ରାଜାକୁ ନର୍ମଦା ନଦୀ ପାଖକୁ ଡାକି ତା’ ମୁଣ୍ଡରେ ଏକ ଲାଠି ମାରିଦେଇଥିଲା ଓ ତାକୁ ଡଙ୍ଗାରେ ବସାଇ ନଦୀ ମଝିକୁ ନେଇ ଫୋପାଡି ଦେଇଥିଲା ।

ଏହାପରେ ପୋଲିସ ନାବାଳକକୁ ଗିରଫ କରିନେଇଛି ଓ ତାକୁ ବାଳ ନ୍ୟାୟାଳୟରେ ପ୍ରସ୍ତୁତ କରାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking