28.1 C
Bhubaneswar
Saturday, April 20, 2024
Homeପଶ୍ଚିମବଙ୍ଗ ନିର୍ବାଚନବିଜେପି ରଥ ଭାଙ୍ଗିଲେ ତୃଣମୁଳ କଂଗ୍ରେସ କର୍ମୀ

ବିଜେପି ରଥ ଭାଙ୍ଗିଲେ ତୃଣମୁଳ କଂଗ୍ରେସ କର୍ମୀ

ପଶ୍ଚିମବଙ୍ଗ : ଭାରତୀୟ ଜନତା ପାର୍ଟି ମଙ୍ଗଳବାର କୁ ତୃଣମୁଳ କଂଗ୍ରେସ ଉପରେ ବାବା ସାହେବ ଆମ୍ବେଦକର ସମ୍ମାନ ଯାତ୍ରା ପାଇଁ ପ୍ରସ୍ତୁତ କରାଯାଇଥିବା ବସ (ରଥ)କୁ ଭାଙ୍ଗିବାର ଆରୋପ ଲଗାଇଛନ୍ତି । ବିଜେପି ନେତା ଅମିତ ମାଲବିୟ ଟ୍ୱିଟ କରି, ଟିଏମସି ଦ୍ୱାରା ଆକ୍ରମଣ କରାଯାଇଥିବାର ଆରୋପ ଲଗାଇଛନ୍ତି ।

ଅମିତ ମାଲବିୟ ଲେଖଛନ୍ତି , ବାବା ସାହେବ ଅମେବଦକରଙ୍କ ସମ୍ମାନ ପାଇଁ ପୁରାଲିୟା ଠାରେ ଛିଡା କରାଯାଇଥିବା ରଥକୁ ତୃଣମୁଳ କଂଗ୍ରେସର କର୍ମୀମାନେ ଭାଙ୍ଗି ଦେଇଛନ୍ତି । ରଥର ଚାଳକ ମଧ୍ୟ ଆହାତ ହୋଇଛନ୍ତି । ବିଜେପିର ରାଷ୍ଟ୍ରିୟ ଅଧ୍ୟକ୍ଷ ଜେପି ନଡ୍ଡା କୋଟଲପୁର ଠାରୁ ଯାତ୍ରା ଆରମ୍ଭ କରାଯିବା ପାଇଁ ସବୁଜ ପତାକା ଦେଖାଇବେ । ଏହାକୁ ଟିଏମସି ରୋକି ପାରିବା ନାହିଁ ।

ଅନ୍ୟପଟେ ଜେପି ନଡ୍ଡା କହିଛନ୍ତି ଯେ, ବିଜେପି ପକ୍ଷରୁ କାରଦିପ ଓ କୁତୁଲପୁର ୨ ଟି ସ୍ଥାନରୁ ବାବା ସାହେବ ଙ୍କର ସମ୍ମାନ ଯାତ୍ରା ଆରମ୍ଭ କରାଯାଇଥାନ୍ତା କିନ୍ତୁ କାରଦିପ ଯାତ୍ରାରେ ଯିବାକୁ ଥିବା ରଥକୁ ଟିଏମସିର ଗୁଣ୍ଡାମାନେ ଭାଙ୍ଗି ଦେଇଛନ୍ତି । ବିଜେପି ଏହାର ଘୋର ନିନ୍ଦା କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking