31.1 C
Bhubaneswar
Tuesday, April 23, 2024
Homeଦେଶ ବିଦେଶନାଇଜରରେ ଗୁଳିଚାଳନାରେ ୫୮ ଲୋକଙ୍କ ମୃତ୍ୟୁ

ନାଇଜରରେ ଗୁଳିଚାଳନାରେ ୫୮ ଲୋକଙ୍କ ମୃତ୍ୟୁ

ନିୟାମେ : ନାଇଜର ଠାରେ ଏକ ମାର୍କେଟରୁ ଫେରୁଥିବା ସମୟରେ ଲୋକ ମାନଙ୍କ ଉପରେ ବନ୍ଧୁକଧାରୀ ମାନେ ଆକ୍ରମଣ କରିଛନ୍ତି । ଏଥିରେ ମୋଟ ୫୮ ଜଣ ଲେକଙ୍କର ମୃତ୍ୟୁ ଘଟିଛି । ନାଇଜର ସରକାରଙ୍କ ତରଫରୁ ଏହି ସୂଚନା ଦିଆଯାଇଛି ।

ସୂଚନାଅନୁସାରେ ସୋମବାର ଦିନ ହୋଇଥିବା ଏହି ଘଟଣା ପଛରେ କାହାର ହାତ ରହିଛି ତାହା ସ୍ପଷ୍ଟ ହୋଇନାହିଁ । କିନ୍ତୁ ଯୋଉଁ ତିଲୱାରୀ ଅଞ୍ଚଳରେ ଏହି ଘଟଣା ଘଟିଛି । ସେଠାରେ ‘ଇସଲାମିକ ଷ୍ଟେଟ ଇନ ଗ୍ରେଟର ସାହାରା’ ସମୁହର ଆତଙ୍କବାଦୀମାନେ ଆକ୍ରମଣ କରିଥାନ୍ତି ।
ମାଲି ଓ ନାଇଜର ସୀମା ନିକଟରେ ବାନିବାଙ୍କାଉ ଠାରେ ଏକ ବଡ ବଜାରରୁ ଲୋକମାନେ ଫେରୁଥିଲେ । ସେତେବେଲେ ସନ୍ଦିଗ୍ଧ ଆତଙ୍କବାଦୀମାନେ ସେମାନଙ୍କ ଉପରେ ଗୁଳି ଚାଳନା କରିଥିଲେ ଓ ସେଠାରେ ଥିବା ଖାଦ୍ୟ ଭଣ୍ଡାରରେ ନିଆଁ ଲଗାଇ ଦେଇଥିଲେ ।

ଆକ୍ରମଣରେ ମୃତ୍ୟୁ ବରଣ କରିଥିବା ଲୋକ ମାନଙ୍କ ପାଇଁ ୩ ଦିନର ରାଷ୍ଟ୍ରୀୟ ଶୋକ ମନାଯିବାକୁ ଘୋଷଣା କରାଯାଇଛି । ଏହାପୁର୍ବରୁ ତିଲ୍ଲୱାରୀରେ ହୋଇଥିବା ହାମଲାରେ ପ୍ରାୟ ୧୦୦ ଲୋକଙ୍କର ମୃତ୍ୟୁ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking