29.1 C
Bhubaneswar
Saturday, July 27, 2024
Homeଦେଶ ବିଦେଶଚିକେନ ଶ୍ୱର୍ମା ଖାଇ ନାବାଳିକାଙ୍କର ମୃତ୍ୟୁ, ୪୩ ଅସୁସ୍ଥ

ଚିକେନ ଶ୍ୱର୍ମା ଖାଇ ନାବାଳିକାଙ୍କର ମୃତ୍ୟୁ, ୪୩ ଅସୁସ୍ଥ

ଚେନ୍ନାଇ: ଜୀବନ ନେଲା ଚିକେନ ଶ୍ୱର୍ମା । ପାଟିକୁ ସ୍ୱାଦିଷ୍ଟ ଲାଗିଥିବା ଚିକେନ ଶ୍ୱର୍ମା ଖାଇ ନାବାଳିକାଙ୍କର ମୃତ୍ୟୁ ହୋଇଛି । ଏଭଳି ଘଟଣା ଘଟିଛି ତାମିଲନାଡୁର ନାମାକଲ ଜିଲ୍ଲାରେ । ରବିବାର ଚିକେନ ଶ୍ୱର୍ମା ଖାଇବା ପରେ ଅସୁସ୍ଥ ହୋଇପଡ଼ିଥିଲେ ନାବାଳିକା । ରବିବାର ଦିନ ତାଙ୍କର ମୃତ୍ୟୁ ହୋଇଥିଲା । ଏହି ଘଟଣା ପରେ ପୁରା ଜିଲ୍ଲାରେ ଚିକେନ ଶ୍ୱର୍ମା ବିକ୍ରିକୁ ନିଶେଦ୍ଧ କରାଯାଇଛି । ଆଇଭନ୍ସ ନାମକ ରେସ୍ତୋରାଁରେ ଖାଦ୍ୟ ଖାଇ ପ୍ରାୟ ୪୩ ଜଣ ଅସୁସ୍ଥ ଥିବା ସୂଚନା ମିଳିଛି । ଗତ ୧୬ ତାରିଖ ଦିନ ସନ୍ଥାଇପେଟାଇ ପୁଟୁରରୁ ଆସିଥିବା କବିତା ନାମକ ଜଣେ ମହିଳା ତାଙ୍କ ଝିଅ କାଲାୟାରାସୀ, ପୁଅ ଭୁପାଥୀ ଏବଂ ମାଆ ସୁଜିତାଙ୍କ ସହ ଆଇଭନ୍ସ ରେସ୍ତୋରାଁକୁ ଖାଇବାକୁ ଯାଇଥିଲେ । ସେଠାରେ ଚିକେନ ଶ୍ୱର୍ମା ଏବଂ ବିରିୟାନି ଖାଇବା ପରେ ଘରକୁ ଫେରିଥିଲେ । ହଠାତ ସମସ୍ତଙ୍କର ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରେ ଲାଗିଲା ।

ଝାଡ଼ାବାନ୍ତି ପରେ ଜ୍ୱରରେ ପୀଡ଼ିତ ହେବାରୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । କିନ୍ତୁ ସେଠାରେ ଡାକ୍ତର ନଥିବାରୁ ପ୍ରାଥମିକ ଚିକିତ୍ସା ପରେ କବିତା, ତାଙ୍କ ଝିଅ, ପୁଅ ଓ ମାଆ ଘରକୁ ଫେରି ଆସିଥିଲେ । ଏହାପରେ ପୁଣି ଥରେ ସେହିଦିନ ବିଳମ୍ବିତ ରାତିରେ କବିତାଙ୍କ ଝିଅ କାଲାୟାରାସୀଙ୍କ ସ୍ୱସ୍ଥ୍ୟାବସ୍ଥା ଆହୁରି ଖରାପ ହୋଇଥିଲା । ବାନ୍ତି କରିବା ପରେ ସେ ଚେତାଶୂନ୍ୟ ହୋଇପଡ଼ିଥିଲେ । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ସେହିପରି ପରିବାରର ଅନ୍ୟ ସଦସ୍ୟ ଏବେ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ରହିଛନ୍ତି ।

ନାମାକଲ ସରକାରୀ ହସ୍ପିଟାଲେର ପାଠ ପଢ଼ୁଥିବା କିଛି ଛାତ୍ରଛାତ୍ରୀ ସେହି ସମାନ ରୋସ୍ତୋରାଁଙ୍କୁ ସେପ୍େଟମ୍ବର ୧୬ ତାରିଖରେ ଯାଇ ଜଣେ ଛାତ୍ରଙ୍କର ଜନ୍ମଦିନ ମନାଇଥିଲେ । ଏହାପରେ ସେଠାରେ ଶ୍ୱର୍ମା, ଗ୍ରିଲ୍ଡ ଚିକେନ୍ ଓ ଚିକେନ୍ ରାଇସ ଖାଇଥିଲେ । ଏହାପରେ ହଷ୍ଟେଲକୁ ଫେରିବା ପରେ ୧୩ ଜଣ ଛାତ୍ରଛାତ୍ରୀ ଅସୁସ୍ଥ ହୋଇପଡ଼ିଥିଲେ । ହଷ୍ଟେସନ ପରିଚାଳକ ସଙ୍ଗେସଙ୍ଗେ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ସେହି ସମାନ ରେସ୍ତୋରାଁରେ ଖାଦ୍ୟ ଖାଇ ୪୩ ଜଣ ଅସୁସ୍ଥ ହୋଇ ବର୍ତ୍ତମାନ ଜିଲ୍ଲା ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ନାମାକଲ ଜିଲ୍ଲାର ଜିଲ୍ଲାପାଳ ହସ୍ପିଟାଲରେ ପହଞ୍ଚି ଅସୁସ୍ଥଙ୍କୁ ଭେଟିବା ସହ ସ୍ୱାସ୍ଥ୍ୟ ସମ୍ପର୍କରେ ପଚାରି ବୁଝିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking