27.1 C
Bhubaneswar
Wednesday, June 26, 2024
Homeଓଡିଶାହାତୀ ଆକ୍ରମଣରେ ଚାଲିଗଲା ବ୍ୟକ୍ତିଙ୍କ ଜୀବନ

ହାତୀ ଆକ୍ରମଣରେ ଚାଲିଗଲା ବ୍ୟକ୍ତିଙ୍କ ଜୀବନ

କଟକ : କଟକ ଜିଲା ବଡ଼ମ୍ବା ବନାଞ୍ଚଳରେ ଘଟିଛି ଅଭାବନୀୟ ଘଟଣା । ହାତୀ ଆକ୍ରମଣରେ ଚାଲିଗଲା ବ୍ୟକ୍ତିଙ୍କ ଜୀବନ। ତେବେ କୌଣସି କାମରେ ଜଙ୍ଗଲକୁ ଯାଇଥିବା ସମୟରେ ହାତୀ ତାଙ୍କୁ ଆକ୍ରମଣ କରିଥିଲା । ଯାହାଫଳର ସେଠାରେ ତାଙ୍କର ଜୀବନ ଚାଲିଯାଇଥିଲା। ସୂଚନା ଅନୁଯାୟୀ, କଟକ ଜିଲା ବଡ଼ମ୍ବା ବନାଞ୍ଚଳ ଅନ୍ତର୍ଗତ ଖଳିମାଟି ଗାଁ​‌ରେ ଜଣେ ବ୍ୟକ୍ତି ମଙ୍ଗଳବାର ସକାଳୁ କୌଣସି କାମରେ ଜଙ୍ଗଲକୁ ଯାଇଥିଲେ । ସେହି ସମୟରେ ସେ ହାତୀ ହାବୁଡ଼ରେ ପଡିଯାଇଥିଲେ । ହାତୀଟି ଏତେ ହିଂସ୍ର ଥିଲା ଯେ ମୃତକଙ୍କ ଶରୀରକୁ ଖଣ୍ଡବିଖଣ୍ଡିତ କରିଦେଇଥିଲା। ଯାହାଫଳରେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଯାଇଥିଲା। ସ୍ଥାନୀୟ ଲୋକେ ଏହା ଜାଣିବା ପରେ ବନ ବିଭାଗକୁ ଖବର ଜଣାଇଥିଲେ । ଖବର ପାଇ ସ୍ଥାନୀୟ ବନାଞ୍ଚଳ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚିଥିଲେ। ଅପରାହ୍ଣରେ ବଡ଼ମ୍ବା ଡାକ୍ତରଖାନାରେ ଶବ ବ୍ୟବଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking