24.5 C
Bhubaneswar
Thursday, January 16, 2025
Homeଦେଶ ବିଦେଶ୧୩ ଜଣ ମହିଳାଙ୍କୁ ବିବାହ କରିଥିଲେ 'ସଫ୍ଟୱେୟାର ଇଞ୍ଜିନିୟର'

୧୩ ଜଣ ମହିଳାଙ୍କୁ ବିବାହ କରିଥିଲେ ‘ସଫ୍ଟୱେୟାର ଇଞ୍ଜିନିୟର’

ନୂଆଦିଲ୍ଲୀ :  ଗତ ଚାରି ବର୍ଷ ମଧ୍ୟରେ ୧୩ ଜଣ ମହିଳାଙ୍କୁ ବିବାହ କରିଥିବା ବ୍ୟକ୍ତିକୁ ସାଇବରବାଦ ପୋଲିସ ଗିରଫ କରିଛି। ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ଜିଲ୍ଲାର ବାସିନ୍ଦା ୩୫ ବର୍ଷିୟ ଅଦାପା ସିଭାଶଙ୍କର ବାବୁ ନାମକ ଜଣେ ବ୍ୟକ୍ତି ଛାଡପତ୍ର ହୋଇଥିବା ମହିଳାଙ୍କୁ ବିବାହ କରୁଥିଲେ ଏବଂ ସେମାନଙ୍କ ଟଙ୍କା ଏବଂ ଅନ୍ୟାନ୍ୟ ମୂଲ୍ୟବାନ ଜିନିଷ ନେଇ ପଳାଉଥିଲେ । ସୂଚନା ଅନୁଯାୟୀ , ଅଭିଯୁକ୍ତ ଧନୀ ମହିଳାଙ୍କୁ ଟାର୍ଗେଟ କରୁଥିଲା । ଯେଉଁମାନେ ଛାଡପତ୍ର ହୋଇଥିଲେ ଏବଂ ବିବାହ ବନ୍ଧନରେ ଆବଦ୍ଧ ଜୀବନ ଖୋଜୁଥିଲେ। ସେ ନକଲି ଛାଡପତ୍ର କାଗଜପତ୍ର ତିଆରି କରି ନିଜ ପାଖରେ ରଖିଥିଲା ଜ୍ଝ ସାଇବରବାଦ ପୋଲିସ କମିଶନରଙ୍କ ଅଧୀନରେ ଥିବା ଗାଚିବୋଲୀ ପୋଲିସ ଅଭିଯୁକ୍ତକୁ ଗିରଫ କରିଥିଲା । ଅଭିଯୁକ୍ତ ବିରୋଧରେ ହାଇଦ୍ରାବାଦ, ରାଧାକୋଣ୍ଡା, ସାଙ୍ଗାରେଡି, ଗୁଣ୍ଟୁର, ବିଜୟୱାଡା ଏବଂ ଅନନ୍ତପୁରରେ ମାମଲା ରୁଜୁ ହୋଇଥିଲା। ପୀଡିତଙ୍କ ମଧ୍ୟରୁ ଜଣେ ରାମଚନ୍ଦ୍ରପୁରମ୍ ଥାନାରେ ଅଭିଯୋଗ କରିଛନ୍ତି ଯେ ଶିବଶଙ୍କର ବାବୁ ତାଙ୍କଠାରୁ ୨୫ ଲକ୍ଷ ଟଙ୍କା ଏବଂ ୭ ଲକ୍ଷ ଟଙ୍କା ସୁନା ନେଇଛନ୍ତି ଏବଂ ତାହା ଫେରସ୍ତ କରୁନାହାଁନ୍ତି। ପୀଡିତାଙ୍କ ଅଭିଯୋଗ ଅନୁଯାୟୀ, ଭାରତୀୟ ଦଣ୍ଡ ସଂହିତା (ଆଇପିସି)ର ଧାରା ୪୨୦ ଅନୁଯାୟୀ ଅଭିଯୁକ୍ତଙ୍କ ବିରୋଧରେ ଠକେଇ ମାମଲା ରୁଜୁ ହୋଇଛି। ପୀଡିତା ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଯେ ବାବୁ ୨୦୨୧ ମସିହାରେ ଏକ ମାଟ୍ରିମୋନିଆଲ ମାଧ୍ୟମରେ ତାଙ୍କ ସହ ଯୋଗାଯୋଗ କରିଥିଲେ। ସେ ତାଙ୍କୁ କହିଥିଲେ ଯେ ତାଙ୍କ ପିତାମାତାଙ୍କର ବହୁ ପୂର୍ବରୁ ମୃତ୍ୟୁ ଘଟିଛି ଏବଂ ସେ ଏକ ପ୍ରତିଷ୍ଠିତ କମ୍ପାନୀରେ ସଫ୍ଟୱେୟାର ଇଞ୍ଜିନିୟର ଭାବରେ କାର‌୍ୟ୍ୟ କରିଥିଲେ। ତାଙ୍କର ମାସିକ ଦରମା ୨ ଲକ୍ଷ ଟଙ୍କା ଜ୍ଝ ସେ ଉପଯୁକ୍ତ ପତ୍ନୀ ଖୋଜୁଥିଲେ। ପୀଡିତାଙ୍କ ପିତାମାତାଙ୍କ ସହ କଥା ହେବା ପରେ ସେ ବାବୁଙ୍କୁ ବିବାହ କରିଥିଲେ। ତାଙ୍କୁ ଆମେରିକା ନେଇଯିବା ବାହାନାରେ ସେ ତାଙ୍କ ପିତାମାତାଙ୍କଠାରୁ ପ୍ରାୟ ୨୫ ଲକ୍ଷ ଟଙ୍କା ନେଇଥିଲେ। କିନ୍ତୁ ଯେତେବେଳେ ଅନେକ ଦିନ ପରେ ମଧ୍ୟ ଆମେରିକା ନେଇ ନ ଥିଲେ , ସେତେବେଳେ ତାଙ୍କ ପିତାମାତା ତାଙ୍କୁ ଟଙ୍କା ଫେରସ୍ତ କରିବାକୁ କହିଥିଲେ। ବାବୁ ତାଙ୍କୁ ଏବଂ ତାଙ୍କ ପିତାମାତାଙ୍କ କଥାକୁ ଏଡ଼ାଇବାକୁ ଚେଷ୍ଟା କରନ୍ତି ଜ୍ଝ ଏହା ପରେ ରାମଚନ୍ଦ୍ରପୁରମ୍ ପୋଲିସ ସହିତ ଯୋଗାଯୋଗ କରାଯାଇଥିଲା। ଯେତେବେଳେ ପୋଲିସ ବାବୁଙ୍କୁ ପଚରାଉଚରା ପାଇଁ ପୋଲିସ ଷ୍ଟେସନକୁ ଡାକିଥିଲା, ସେତେବେଳେ ସେ ଜାଣିଥିଲେ ଯେ ସେ ପୂର୍ବରୁ ବିବାହିତ। ପୀଡିତା ଜଣକ ଗୁପ୍ତରେ ଅନ୍ୟ ମହିଳାଙ୍କୁ ଭେଟି ତାଙ୍କ ବିଷୟରେ ପଚାରିଥିଲେ। ପରେ, ସେ ସେହି କଲୋନୀର ଅନ୍ୟ ଜଣେ ମହିଳାଙ୍କ ବିଷୟରେ ଜାଣିବାକୁ ପାଇଲେ ଯିଏ ବାବୁଙ୍କୁ ମଧ୍ୟ ବିବାହ କରିଥିଲେ ଜ୍ଝ ସେ ଦିନ ସିଫ୍ଟ ଏବଂ ନାଇଟ୍ ସିଫ୍ଟରେ ଯାଉଛନ୍ତି ଏବଂ ସେମାନଙ୍କ ସହ ସମୟ ବିତାଉଛନ୍ତି ବୋଲି କହି ପୀଡିତାଙ୍କୁ ପ୍ରତାରଣା କରୁଥିଲେ। ତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ବାବୁ ଅସ୍ୱୀକାର କରିଛନ୍ତି। ସେ ଦାବି କରିଛନ୍ତି ଯେ ସେ କାହାଠାରୁ ଟଙ୍କା ନେଇନାହାଁନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking