ସାଲେପୁର: କଟକ ସାଲେପୁର ବ୍ଲକ କାନପୁର ଗାଁରେ ଅଭାବନୀୟ ଘଟଣା । ଅଷ୍ଟପ୍ରହରୀ ଭୋଜି ଖାଇ ୫ଟି ଗାଁର ପ୍ରାୟେ ଶହେ ଲୋକ ଅସୁସ୍ଥ । ପ୍ରସାଦ ଖାଇବା ପରେ ପ୍ରାୟେ ଶହେ ଲୋକ ଗାଁରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି । କାନପୁର,ରାମକାପୁର,ଦେଉଳି,ଜୟୀରାମପୁର,ଗୁଆଳୀପୁର,ଆଦି ଗାଁ ଲୋକେ ଅସୁସ୍ଥ । କାନପୁର ଗାଁରେ ଅଷ୍ଟପ୍ରହରୀରେ ପ୍ରସାଦ ଖାଇ ଅସୁସ୍ଥ ହୋଇଥିବା ସୂଚନା ମିଳିଛି । ଗାଁରେ ପହଞ୍ଚିଲେ ସାଲେପୁର ଓ ମାହାଙ୍ଗା ମେଡିକାଲର ୨ଟି ଟିମ ।