30.1 C
Bhubaneswar
Monday, May 20, 2024
Homeଦେଶ ବିଦେଶସୁଖୋଇ-୩୦ରେ ଉଡିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ସୁଖୋଇ-୩୦ରେ ଉଡିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ: ସୁଖୋଇ -୩୦ରେ ଉଡିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆଜି ବାୟୁସେନାର ଯୁଦ୍ଧ ବିମାନ ସୁଖୋଇ-୩୦ରେ ଉଡିଲେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ । ଆସାମର ତେଜପୁର ଏୟାର ଫୋର୍ସ ଷ୍ଟେସନରୁ ସୁଖୋଇ ୩୦ର କୋ ପାଇଲଟ୍ ସିଟରେ ସେ ବସିଛନ୍ତି ଓ ଆକାଶ ମାର୍ଗରେ ବୁଲୁୂଛନ୍ତି । ବାୟୁସେନା ପକ୍ଷରୁ ଏହି ସୂଚନା ଦିଆଯାଇଛି। ରାଷ୍ଟ୍ରପତି ହେଉଛନ୍ତି ଦେଶର ତିନି ସେନାର ସୁପ୍ରିମ କମାଣ୍ଡର । ତାଙ୍କୁ ଦେଶର ସାମରିକ ଶକ୍ତି, ଅସ୍ତ୍ରଶସ୍ତ୍ର ଓ ରଣନୀତି ସଂପର୍କରେ ଅବଗତ କରାଯାଇଥାଏ ।
ଏହା ଆଗରୁ ରାଷ୍ଟ୍ରପତି ଥିବା ବେଳେ ରାମନାଥ କୋବିନ୍ଦ, ପ୍ରତିଭା ପାଟିଲ ଓ ଏପିଜେ ଅବଦୁଲ କଲାମ ମଧ୍ୟ ଯୁଦ୍ଧ ବିମାନରେ ଉଡ଼ିଥିଲେ । ଏହି ପୂର୍ବତନ ରାଷ୍ଟ୍ରପତିମାନେ ପୁଣେ ଏୟାର ବେସରୁ ଉଡ଼ାଣ କରିଥିବା ବେଳେ ଦ୍ରୌପଦୀ ର୍ମୁର୍ମୁ ଦେଶର ପୂର୍ବ ଭାଗରେ ଥିବା ଆସାମର ତେଜପୁର ଏୟାର ଷ୍ଟେସନରୁ ଯୁଦ୍ଧ ବିମାନରେ ବସିଛନ୍ତ। ସୁଖୋଇ-୩୦ ହେଉଛି ଭାରତୀୟ ବାୟୁସେନାର ବିଶିଷ୍ଟ ଯୁଦ୍ଧ ବିମାନ । ଏହା ଘଣ୍ଟାକୁ ୨ ହଜାର କିଲୋମିଟରରୁ ଅଧିକ ବେଗରେ ଗତି କରିପାରେ । ଏହାର କମ୍ବାଟ ରେଞ୍ଜ ହେଉଛି ୩ ହଜାର କିଲୋମିଟର । ଏଥିରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ମଧ୍ୟ ରହିଛି । ବ୍ରହ୍ମୋସ୍ ପରି ସୁପର ସୋନିକ କ୍ଷେପଣାସ୍ତ୍ର ମଧ୍ୟ ରହିଛି ।।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking