29.1 C
Bhubaneswar
Sunday, May 12, 2024
HomeUncategorizedଏକ ଗ୍ଲୁ ଯାହା ଗଭୀର କ୍ଷତକୁ ତୁରନ୍ତ ଭଲ କରିଥାଏ

ଏକ ଗ୍ଲୁ ଯାହା ଗଭୀର କ୍ଷତକୁ ତୁରନ୍ତ ଭଲ କରିଥାଏ

ନୂଆଦିଲ୍ଲୀ : ଯୁକ୍ତରାଷ୍ଟ୍ର ଆମେରିକା ଓ ସିଡନୀ ବିଶ୍ୱବିଦ୍ୟାଳୟର ବାୟୋମେଟିକାଲ ଇଞ୍ଜିନିୟର ମାନେ ଏକ ପ୍ରକାର ସର୍ଜିକାଲ ଗ୍ଲୁ ପ୍ରସ୍ତୁତ କରିବାରେ ସହଯୋଗ କରିଛନ୍ତି । ଯାହା ଚିକିତ୍ସା ବିଜ୍ଞାନ ପାଇଁ ଏକ ଗୁରୁତ୍ୱପୁର୍ଣ୍ଣ ଓ ଉପଯୋଗୀ ଉଦ୍ଭାବନ ହୋଇପାରେ । ଇଲାଷ୍ଟିକ ଓ ଆଡେସିଭ ଗ୍ଲୁ ପ୍ରୟୋଗ କରିବା ଦ୍ୱାରା ଏହା ଗଭୀର କ୍ଷତକୁ ଶୀଘ୍ର ସିଲ କରିଥାଏ । ଏହାଦ୍ୱାରା ସିଲାଇ କରିବା କିମ୍ବା ଷ୍ଟାପଲରର ଆବଶ୍ୟକତା ପଡିନଥାଏ ।

ଏହି ଗ୍ଲୁର ନାମ ‘ମେଟ୍ରୋ’ ଅଟେ । ଯାହା ମାତ୍ର ୬୦ ସେକେଣ୍ଡରେ କ୍ଷତକୁ ସିଲ କରିପ।ରେ । ଏହି ଗ୍ଲୁ ଏକ ପ୍ରକାର ଜେଲ ପରି ପଦାର୍ଥ ଅଟେ ଯାହା ଅଲଟ୍ରାଭାଓଲେଟ(ୟୁଭି) ଦ୍ୱାରା ସକ୍ରିୟ ହୋଇଯାଏ ଏବଂ ଏହା କିଛି ସମୟ ପରେ ତରଳିଯାଏ । ଏହି ମେଟ୍ରୋ ଗ୍ଲୁ , ଇଲାଷ୍ଟ୍ଟିସିଟି ଯାହା ଶରୀରର ଟିସୁରେ ଥିବା କ୍ଷତକୁ ସିଲ କରିବା ପାଇଁ ସହାଯ୍ୟ କରିଥାଏ ଓ ଏହା ଶରୀରରେ ବିିସ୍ତାର ହୋଇଥାଏ ଯାହା ହୃଦୟ ଓ ଫୁସଫୁସକୁ ଆରାମ ଦେଇଥାଏ ।
ଏହି ଗ୍ଲୁ ପ୍ରଥମେ ରଡେଣ୍ଟ ଓ ଘୁଷୁରୀ ମାନଙ୍କ ଉପରେ ସଫଳତାର ସହ ପରୀକ୍ଷା କରାଯାଇଛି ଓ ଏହା ଶୀଘ୍ର ମାନବ ପରୀକ୍ଷଣରେ ବ୍ୟବହୃତ ହେବ । ବାୟୋକେନ ଏସିଆର ଅଗ୍ରଣୀ ବାୟୋଫାର୍ମାସ୍ୟୁଟିକାଲ୍ସ ଉଦ୍ୟୋଗର ଚେୟାରମ୍ୟାନ କିରଣ ମଜୁମଦାର ଖାଁ । ଯିଏ ଏହି ଗ୍ଲୁ କିପରି କ୍ଷତରେ ପ୍ରୟୋଗ ହେଉଛି ତାହାର ଏକ ଭିଡିଓ ସେୟାର କରିଛନ୍ତି । ଏହି ଭିଡିଓଟି ମେଟ୍ରୋ ଗ୍ଲୁ କିପରି କାର୍ଯ୍ୟ କରେ ତାହା ଦର୍ଶାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking