ରାଉଲକେଲା : ରାଉରକେଲା ଝିରପାଣି ଥାନା ଅନ୍ତର୍ଗତ ମାଛ ମାର୍କେଟ ଅଞ୍ଚଳରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ଟଙ୍କା ପାଇଁ ସାଙ୍ଗକୁ ବିଚ୍ ରାସ୍ତାରେ ହତ୍ୟା କଲେ ଯୁବକ। ମୃତ ବ୍ୟକ୍ତି ଜଣଙ୍କ ହେଲେ ବର୍ଟୋଲି ଅଞ୍ଚଳର ନିହାର ରଞ୍ଜନ ଆଚାର୍ଯ୍ୟ। ପୁଲିସ ଅଭିଯୁକ୍ତ କେବଳ ସିଂହକୁ ଅଟକ ରଖି ପଚରାଉଚରା କରୁଛି। ଗତକାଲି ରାତିରେ ମାଛ ମାର୍କେଟ ଭଳି ଜନଗହଳିପୂର୍ଣ୍ଣ ସ୍ଥାନରେ ନିହାରଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା କରିବା ପରେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା। ଟଙ୍କା କାରବାରକୁ ନେଇ ଏହି ହତ୍ୟା କାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ପୁଲିସ କେବଳଙ୍କୁ ଅଟକ ରଖି ପଚରାଉଚରା କରୁଛି। ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି।