ପାଟନା: ପ୍ରେମ ମଣିଷକୁ କେତେବେଳେ ହୋଇଯାଏ କେହି ଜାଣିପାରନ୍ତିନି । ଯାହା ଅନ୍ୟ କୌଣସି ପ୍ରସଙ୍ଗରେ ଅସମ୍ଭବ ତାହା ପ୍ରେମ ପ୍ରସଙ୍ଗରେ ସମ୍ଭବ । ପ୍ରେମରେ ନାଁ ଥାଏ କୌଣସି ସୀମା ନାଁ ଥାଏ କୌଣସି ପ୍ରତିବନ୍ଧକ । ପ୍ରେମ ହେଉଛି ଏଭଳି ଏକ ପ୍ରତିଶ୍ରୁତି ଯାହା ସାରା ଜୀବନ ସାଥୀ ହୋଇ ରହିବାକୁ ପ୍ରେରଣା ଦିଏ । ପ୍ରେମ ଦେଖନି ଜାତି ଗୋତ୍ର କି ବୟସ । ପ୍ରେମ ପାଇଁ ସାତଦରିଆ ପାରକରି ଭାରତ ଆସିଲେ ପ୍ରେମିକା । ହିନ୍ଦୁ ରୀତିନୀତି ଅନୁଯାୟୀ ବିହାର ଯୁବକଙ୍କୁ ବିବାହ କରିଛନ୍ତି ଡଚ୍ ଝିଅ । ନେଦରଲାଣ୍ଡର ଝିଅ ମାଏରା ଏବଂ ବିହାର ଯୁବକ ଆଦିଙ୍କ ଭିତରେ ଗଢି ଉଠିଥିଲା ପ୍ରେମ ସମ୍ପର୍କ । ୨୦୧୫ ମସିହାରେ ଆଦି ଉଚ୍ଚ ଶିକ୍ଷା ପାଇଁ ଆଷ୍ଟ୍ରେଲିଆ ଯାଇଥିବା ବେଳେ ଦୁହେଁ ଦୁହିଁଙ୍କ ପ୍ରେମରେ ପଡିଯାଇଥିଲେ । ଏହାପରେ ସେମାନେ ଅଷ୍ଟ୍ରେଲିଆରେ ଏକାଠି ରହିଲେ । ଦୁହିଁଙ୍କ ଚିନ୍ତାଧାରାରେ ମେଳ ଖାଉଥିବାରୁ ପରସ୍ପରକୁ ପସନ୍ଦ କରିବା ଆରମ୍ଭ କରିଥିଲେ ।
ତେବେ କିଛି ବର୍ଷପରେ ମାଏରା ନେଦରଲାଣ୍ଡକୁ ଫେରିଯାଇଥିଲେ । ଏହାପରେ ଆଦି ୨୦୨୦ ମସିହାରେ ନିଜ ବାପା ମାଆକୁ ରାଜି କରାଇ ନେଦରଲାଣ୍ଡ ସ୍ଥାନାନ୍ତର ହୋଇଯାଇଥିଲେ । ସେଠାରେ ଉଭୟେ ଏକାଠି ରହିବା ପରେ ଉଭୟଙ୍କ ମଧ୍ୟରେ ପ୍ରେମ ଗଭୀର ହୋଇଥିଲା । ଏହାପରେ ସେମାନେ ବିବାହ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ଉଭୟେ ନିଜ ପରିବାରକୁ ବୁଝାଇ ରାଜି କରାଇଥିଲେ । ମାଏରା ନିଜ ପରିବାର ସହ ବିବାହ ପହଞ୍ଚି ଆଦିକୁ ସାତଜନ୍ମର ସାଥି କରିଥିଲେ । ହିନ୍ଦୁ ରୀତିନିତୀ ଅନୁସାରେ ଉଭୟେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ତେବେ ଏହି ଦମ୍ପତି ନିଜକୁ ଭ୍ରମଣ ଦମ୍ପତି ବୋଲି କହିଛନ୍ତି । ଭଉୟେ ନୂଆନୂଆ ଯାଗା ବୁଲିବାକୁ ଭଲ ପାଉଥିବା କଥା କହିଛନ୍ତି । ଉଭୟେ ଏକ ୟୁଟ୍ୟୁବ ଚାନେଲ ଖୋଲି ବୁଲିବାର ଭିଡିଓ ମଧ୍ୟ ଅପଲୋଡ କରିଛନ୍ତି । ତେବେ ବିବାହର ଭିଡିଓ ମଧ୍ୟ ସେୟାର କରିଛନ୍ତି ଏହି ଦମ୍ପତି ।