27.1 C
Bhubaneswar
Saturday, July 27, 2024
Homeଦେଶ ବିଦେଶବିଲ୍ଡିଂରେ ନିଆଁ ଲାଗି ୧୫ଜଣ ଜୀବନ୍ତ ଦଗ୍ଧ

ବିଲ୍ଡିଂରେ ନିଆଁ ଲାଗି ୧୫ଜଣ ଜୀବନ୍ତ ଦଗ୍ଧ

ବେଜିଂ : ପୂର୍ବ ଚୀନ୍‌ର ଜିଆଙ୍ଗସୁ ପ୍ରଦେଶରେ ଥିବା ନାନଜିଙ୍ଗ୍ ସହରରେ ଆଜି ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟି ୧୫ଜଣ ଜୀବନ୍ତ ଦଗ୍ଧ ହୋଇଯାଇଥିବା ସମ୍ପର୍କରେ ସୂଚନା ମିଳିଛି । ରିପୋର୍ଟ ଅନୁସାରେ ଏହି ଘଟଣାରେ ଅନ୍ୟ ୪୪ଜଣ ଗୁରୁତର ହୋଇଛନ୍ତି । ଏମାନଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି । ସ୍ଥାନୀୟ ପୌରନିଗମ ପକ୍ଷରୁ ଏସମ୍ପର୍କରେ ଦିଆଯାଇଥିବା ସୂଚନାନୁସାରେ ଏଠାରେ ଥିବା ଏକ ବିଲ୍ଡିଂରେ ନିଆଁ ଲାଗିଯାଇଥିଲା ।

ପ୍ରାଥମିକ ଅନୁସନ୍ଧାନ ଅନୁଯାୟୀ ବିଲ୍ଡିଂର ପ୍ରଥମ ମହଲାରେ ଥିବା ଏକ ଇଲେକ୍ଟ୍ରିକ୍ ସାଇକେଲ୍ ସୋ’ରୁମ୍‌ରେ କୌଣସି କାରଣ ବଶତଃ ନିଆଁ ଲାଗିଯାଇଥିଲା, ଯାହାଦ୍ୱାରା ନିଆଁ ପୂରା ବିଲ୍ଡିଂକୁ ସମ୍ପ୍ରସାରିତ ହୋଇଯାଇଥିଲା । ତେବେ ଇଲେକ୍ଟ୍ରିକ୍ ସାଇକେଲ୍ ସୋ’ରୁମ୍‌ରେ କ’ଣ ପୂାଇଁ ନିଆଁ ଲାଗିଲା ସେନେଇ ଏବେ କିଛି ସ୍ପଷ୍ଟ ସୂଚନା ଜଣାପଡିନାହିଁ । ଅଗ୍ନିଶମ ବିଭାଗ ଏବଂ ଉଦ୍ଧାରକାରୀ ଦଳ ନିଆଁ ଲିଭା ଏବଂ ଉଦ୍ଧାର ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଥିଲେ ଯାହାଦ୍ୱାରା ମୃତାହତଙ୍କ ସଂଖ୍ୟାକୁ ସୀମିତ ରଖାଯାଇପାରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking