ଭୁବନେଶ୍ୱର : ଆସନ୍ତାକାଲି ଓଡିଶାରେ ପହଞ୍ଚିବ ଡବଲ ଡେକର ବସ । ଏନେଇ ସୂଚନା ଦେଇଛନ୍ତି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଆସନ୍ତା ୮ରୁ ୧୦ତାରିଖ ପର୍ୟ୍ୟନ୍ତ ୩ଦିନ ଧରି ଭୁବନେଶ୍ୱରର ଜନତା ମଇଦାନରେ ‘ପ୍ରବାସୀ ଭାରତୀୟ ଦିବସ’ ସମାରୋହ ପାଳିତ ହେବ। ଉକ୍ତ ସମୟରେ ପ୍ରବାସୀ ଭାରତୀୟଙ୍କ ଉଦ୍ଦେଶ୍ୟରେ ଏହାକୁ ପ୍ରଥମେ ବ୍ୟବହାର କରାଯିବ। ତାହା ପୂର୍ବରୁ ରାଜଧାନୀର ରାଜରାସ୍ତାରେ ଟ୍ରାଏଲ ରନ୍ କରିବ ଡବଲ ଡେକର୍ ବସ୍। ପରେ ସାଧାରଣ ଲୋକଙ୍କ ପାଇଁ ଏହା ବ୍ୟବହୃତ ହେବ।ଦୁଇଟି ଇଲେକ୍ଟ୍ରିକ ଡବଲ ଡେକର ବସ୍ ମୁମ୍ବାଇରୁ ଭୁବନେଶ୍ୱର ଅଭିମୁଖେ ବାହାରି ସାରିଥିବା ବେଳେ ଆସନ୍ତାକାଲି ପହଞ୍ଚିବ ବୋଲି କହିଛନ୍ତି ମନ୍ତ୍ରୀ।ପ୍ରଥମ ପର୍ୟ୍ୟାୟରୁ ରାଜ୍ୟକୁ ଦୁଇଟି ଡବଲ ଡେକର ବସ୍ ଆସୁଛି। ପରେ ଆଉ ଦୁଇଟି ବସ୍ ଆସିବ।