25.1 C
Bhubaneswar
Monday, May 4, 2026
Homeଦେଶ ବିଦେଶଝିଅ ପ୍ରେମିକ ସହ ମିଶି ମା’କୁ ମାରିବାକୁ ଉଦ୍ୟମ କରିଥିଲା; ଶେଷରେ କ’ଣ ହେଲା ଜାଣନ୍ତୁ..

ଝିଅ ପ୍ରେମିକ ସହ ମିଶି ମା’କୁ ମାରିବାକୁ ଉଦ୍ୟମ କରିଥିଲା; ଶେଷରେ କ’ଣ ହେଲା ଜାଣନ୍ତୁ..

ନୂଆଦିଲ୍ଲୀ: ଲକ୍ଷ୍ନୌ କୃଷ୍ଣନଗର ଅଞ୍ଚଳରେ ରହୁଥିବା ୧୫ବର୍ଷର ବାଳିକା ପ୍ରେମିକ ସହ କଥା ହେବାପାଇଁ ମା’ଙ୍କୁ ନିଦ ବଟିକା ଦେଉଥିବାର ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ସୂଚନାଯୋଗ୍ୟ,ଲକ୍ଷ୍ନୌ କୃଷ୍ଣନଗର ଅଞ୍ଚଳରେ ରହୁଥିବା ୧୫ବର୍ଷର ବାଳିକା ମୋବାଇଲରେ ତାର ଜଣେ ପ୍ରେମିକ ସହ କଥା ହେଉଥିଲା। ଏହି ସମୟରେ ତାର ମା’ ତାକୁ ଧରି ପକାଇଥିଲେ ଓ ଗାଳି କରିଥିଲେ।

ଏହାପର ଠାରୁ ଝିଅକୁ ମା’ ଆଉ ଫୋନ ଦେଇ ନଥିଲେ। କିଛିଦିନ ହେବ ମହିଳାଙ୍କ ଶରୀର ଅସୁସ୍ଥ ହେବାପରେ ପରିବାରଲୋକ ଚିକିତ୍ସା ପାଇଁ ଡାକ୍ତରଖାନା ନେଇ ଯାଇଥିଲେ। ସେଠାରେ ଚିକିତ୍ସା ପରେ ମହିଳା ଜଣକ ପ୍ରତିଦିନ ନିଦ ବଟିକା ଖାଉଥିବାରୁ ଅସୁସ୍ଥ ହୋଇପଡ଼ିଥିବା ଚିକିତ୍ସା କରୁଥିବା ଡାକ୍ତର ସୂଚନା ଦେଇ କହିଥିଲେ। ଏହାପରେ ପରିବାରଲୋକ ମହିଳାଙ୍କ ଝିଅକୁ ସନ୍ଦେହ କରିଥିଲେ। ଝିଅ ପ୍ରଥମେ ତା ବିରୋଧରେ ହେଉଥିବା ଅଭିଯୋଗକୁ ଖଣ୍ଡନ କରିଥିଲା। ପରେ ନିଜର ଦୋଷ ସ୍ୱୀକାର କରି କହିଥିଲା, ‘ମା’ ପ୍ରେମିକ ସହ କଥା ହେବାକୁ ବାରଣ କରୁଥିଲା। ତେଣୁ ମୁଁ ତାକୁ ଜୀବନରୁ ମାରି ଦେବାକୁ ଚାହୁଁଥିଲି। କିନ୍ତୁ ପରେ ମନ ବଦଳି ଯାଇଥିଲା। ତେଣୁ ତାକୁ ନିଦ ବଟିକା ଦେବା ଆରମ୍ଭ କରିଥିଲି। ପ୍ରତିଦିନ ତାର ଖାଇବାରେ ୪ଥର ନିଦ ବଟିକା ମିଶାଇଥାଏ। ସେ ଶୋଇପଡ଼ିବା ପରେ ମୁଁ ମୋର ପ୍ରେମିକ ସହ କଥା ହୋଇଥାଏ।’

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking