16.1 C
Bhubaneswar
Thursday, January 16, 2025
Homeଦେଶ ବିଦେଶହସ୍ପିଟାଲରେ ପଶି ମା’ କୋଳରୁ ଛୁଆକୁ ନେଇଗଲା ବୁଲା କୁକୁର

ହସ୍ପିଟାଲରେ ପଶି ମା’ କୋଳରୁ ଛୁଆକୁ ନେଇଗଲା ବୁଲା କୁକୁର

ନୂଆଦିଲ୍ଲୀ : ପୁଣି ଏକ ବଡ଼ ଅଘଟଣ । ହାଇଦ୍ରାବାଦ ଘଟଣା ରାଜସ୍ଥାନରେ ପୁନରାବୃତ୍ତି । ମାସକର ଛୁଆକୁ ମେଡିକାଲ ଭିତରୁ ଉଠାଇନେଲା ବୁଲା କୁକୁର । କିଛି ଦିନ ପୂର୍ବରୁ ହାଇଦ୍ରାବାଦରେ ଏକ କୁନି ଛୁଆକୁ ୪-୫ଟି ବୁଲା କୁକୁର ଝୁଣି ଖାଇଥିବା ଘଟଣା ସାମ୍ନାକୁ ଆସିଥିଲା । ଘଟଣାର ଏକ ସାଂଘାତିକ ଛାତି ଥରା ଭିଡିଓ ବି ଭାଇରାଲ ହୋଇଥିଲା । ଯେଉଁଥିରେ କୁକୁର ମାନେ କୁନି ଛୁଆକୁ ଝୁଣି ଖାଉଥିବା ଦେଖାଯାଇଥିଲା । ସେହି ଘଟଣା ସାରା ଦେଶରେ ଆଲୋଡ଼ନ ସୃଷ୍ଟି କରିଥିଲା । ଏହି ଘଟଣା ଲୋକଙ୍କ ମନରୁ ନଲିଭୁଣି ପୁଣି ଏକ ସମାନ ଘଟଣା ସାମ୍ନାକୁ ଆସିଛି । ରାଜସ୍ଥାନ ସିରୋହି ଜିଲ୍ଲାରେ ଥିବା ଏକ ହସ୍ପିଟାଲରୁ ଏମିତି ଏକ ଘଟଣା ସାମ୍ନାକୁ ଆସିଛି । ଏଠାରେ ବୁଲା କୁକୁର ହସ୍ପିଟାଲ ଭିତରେ ପଶି ଗୋଟିଏ ମାସକର ଛୁଆକୁ ନେଇଯାଇଛି । ସିସିଟିଭିରୁ ଏହା ଜଣାପଡ଼ିଛି । ମେଡିକାଲ କର୍ତ୍ତୃପକ୍ଷଙ୍କ ନିକଟରେ ଏନେଇ ଅଭିଯୋଗ ହେବା ପରେ ସେ କହିଛନ୍ତି ପୁରା ଘଟଣା ବିଷୟରେ ମୁଁ ଜାଣିନାହିଁ । ଘଟଣାର ତଦନ୍ତ ଚାଲିଛି । ତଦନ୍ତ ସରିବା ପରେ ଯାହା କୁହାଯାଇପାରିବ । ଛୁଆଟିର ପୋଷ୍ଟମର୍ଟମ କରାଯାଇଛି । ରିପୋର୍ଟ ଆସିବା ପରେ ସତ୍ୟାସତ୍ୟ ଜଣାପଡ଼ିବ । ଏହାସହ ଏହି ଘଟଣାରେ ଏକ ପୋଲିସ କେସ୍ ମଧ୍ୟ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking