ଜୟପୁର : କୋରାପୁଟ ଜିଲ୍ଲା ଜୟପୁର ବ୍ଲକ ଅନ୍ତର୍ଗତ କେବେଡି ପଞ୍ଚାୟତର କୁମ୍ଭାର ପୁଟ ଗ୍ରାମରେ ପାଖା ପାଖି 45 ପରିବାର ବସବାସ କରନ୍ତି ସେମାନଙ୍କ ଜୀବନ ଜୀବିକା କହିଲେ କୁମ୍ଭାର ବୃତ୍ତି । ବର୍ତ୍ତମାନ କିନ୍ତୁ ପୁରୁଣା କୁମ୍ଭାର ଶାଳ ଭଙ୍ଗା ଦଦରା ଅବସ୍ଥାରେ ପଡ଼ିରହିଛି ବର୍ଷା ଦିନ କୁମ୍ଭାରଙ୍କୁ କାମବନ୍ଦ ହୋଇ ପଡ଼ିରହୁଛି । ବର୍ଷା ହେଲେ ମାଟିହାଣ୍ଡି ରୁଖା କୋଳସ ନଷ୍ଟ ହୋଉଛି । ମୁଣ୍ଡର ଝାଳ ତୁଣ୍ଡରେ ମାରୀ ନାଇଁ ନଥିବା କୋଷ୍ଟରେ ମାଟିରେ ଗଢୁଛନ୍ତି । ଯାହାଦ୍ଵାରା ସେମାନେ ଅର୍ଥ ରୋଜଗାର ପାଇଁ ନାହିଁ ନ ଥିବା ଅସୁବିଧା ର ସମ୍ମୁଖୀନ ହୁଅନ୍ତି ତେଣୁ ଯଥା ଶୀଘ୍ର ଆମ ପାଇଁ ଗୋଟିଏ ନୂତନ କୁମ୍ଭାର ଶାଳ ନିର୍ମାଣ କରିବା ସହ ପୁରୁଣା ଶାଳ ଟିକୁ ମରାମତି କଲେ ଆମେ ଗ୍ରାମବାସୀ ଉପକୃତ ହୋଇପାରନ୍ତୁ ବୋଲି ସମାଜ ସେବୀ ବି ହରି ରାଓ ଗ୍ରାମବାସୀ ଙ୍କ ସହ ଆସି ଉପଜିଲ୍ଲାପାଳ ଙ୍କୁ ଗୋଟାଏ ଦାବିପତ୍ର ପ୍ରଦାନ କରିଛନ୍ତି ଏବଂ ସେ କହିଛନ୍ତି ଯଥା ଶୀଘ୍ର କୁମ୍ଭାର ଶାଳ ନିର୍ମିତ ନ ହୁଏ ତାହାହେଲେ ଆମ ସମସ୍ତ ଗ୍ରାମବାସୀ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯିବା ପାଇଁ ବାଧ୍ୟ ହେବୁ ନଚେତ୍ ରାଜରାସ୍ତାକୁ ଓହ୍ଲାଇବା କୁ ବାଧ୍ୟ ହେବୁ ବିଲୀ ସମାଜସେବୀ ହରି ରାଓ କହୀଛନ୍ତି ।