28.1 C
Bhubaneswar
Monday, July 1, 2024
Homeଅପରାଧସୈତାନ ସାଜିଲା ସନ୍ତାନ; ମାଆକୁ ହତ୍ୟା କରିବା ପରେ ମୃତଦେହ ଖଣ୍ଡ ଖଣ୍ଡ କରିଦେଲା ଝିଅ

ସୈତାନ ସାଜିଲା ସନ୍ତାନ; ମାଆକୁ ହତ୍ୟା କରିବା ପରେ ମୃତଦେହ ଖଣ୍ଡ ଖଣ୍ଡ କରିଦେଲା ଝିଅ

ମୁମ୍ବାଇ: ସୈତାନ ସାଜିଲା ସନ୍ତାନ । ମାଆକୁ ନିର୍ମମ ଭାବେ ହତ୍ୟା କରିବା ପରେ ମୃତଦେହକୁ କାଟି ୫ ଖଣ୍ଡ କରିଦେଲା ଝିଅ । ମହାରାଷ୍ଟ୍ର ମୁମ୍ବାଇର ଲାଲବାଗ ଅଞ୍ଚଳରୁ ଏଭଳି ଲୋମହର୍ଷଣକାରୀ ଘଟଣା ସାମ୍ନାକୁ ଆସିଛି । ମୃତ ମହିଳା ୫୫ ବର୍ଷୀୟା ବୀଣା ପ୍ରକାଶ ଜୈନ । ପ୍ରାୟ ଦୁଇ ତିନି ମାସ ତଳେ ତାଙ୍କୁ ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି । ୨୩ ବର୍ଷୀୟା ଝିଅ ରିମ୍ପଲ ମାଆକୁ ହତ୍ୟା କରି ମୃତଦେହକୁ ମାର୍ବଲ କଟରରେ କାଟି ଘରେ ଲୁଚାଇ ରଖିଥିଲା । ପୋଲିସ ଘର ଆଲମିରା ଏବଂ ପାଣି ଟାଙ୍କିରୁ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର କରିଛି ।

ପୋଲିସ ଅଭିଯୁକ୍ତ ଝିଅକୁ ଥାନାରେ ଅଟକ ରଖି ପଚରାଉଚରା କରୁଛି । ତେବେ ସେ କାହିଁକି ନିଜ ମାଆକୁ ଏପରି ନିର୍ମମ ଭାବେ ହତ୍ୟା କଲେ ସେନେଇ କିଛି ସ୍ପଷ୍ଟ ହୋଇନାହିଁ । ସୂଚନା ଅନୁଯାୟୀ, ଅଭିଯୁକ୍ତ ଝିଅ ପ୍ରଥମେ ନିଜ ମାଆକୁ ହତ୍ୟା କରିଥିଲା । ଏହାପରେ ଧାରୁଆ ଅସ୍ତ୍ରରେ ମାଆର ହାତ, ଗୋଡ କାଟି ଅଲଗା କରିଦେଇଥିଲା । ଦୁଇ ହାତକୁ ପ୍ଲାଷ୍ଟିକ ବ୍ୟାଗରେ ଭର୍ତ୍ତିକରି ପାଣି ଟାଙ୍କିରେ ଲୁଚାଇ ଦେଇଥିଲା ଏବଂ ଶରୀରର ଅନ୍ୟ କିଛି ଅଂଶକୁ ଆଲମିରାରେ ରଖିଥିଲା । ଯାଞ୍ଚ ସମୟରେ ପୋଲିସ ଘର ଭିତରୁ ହତ୍ୟାକାଣ୍ଡରେ ବ୍ୟବହୃତ ଅସ୍ତ୍ର ଜବତ କରିଛି । ଲାଲବାଗ ପେରୁ କମ୍ପାଉଣ୍ଡ ଅଞ୍ଚଳରେ ଏହି ବୀଭତ୍ସ ହତ୍ୟାକାଣ୍ଡ ଘଟିଛି । ଏହି ଘଟଣା ପ୍ରଘଟ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି ।

ଅଭିଯୁକ୍ତ ଯୁବତୀ ରିମ୍ପଲ +୨ ପର୍ଯ୍ୟନ୍ତ ପଢିଛନ୍ତି । ଏହାପରେ ସେ କଲେଜ ଛାଡି ଦେଇଥିଲେ । ଅନେକ ଦିନ ତଳେ ଯୁବତୀଙ୍କ ବାପାଙ୍କ ଦେହାନ୍ତ ହୋଇଥିଲା । ତାଙ୍କର ଚାରିଜଣ ଦାଦା ଓ ତିନି ଜଣ ଖୁଡି ଅଛନ୍ତି । ସେ ନିଜ ମାଆ ବୀଣାଙ୍କ ସହ ରହିଆସୁଥିଲେ । ରିମ୍ପଲ ନିଜ ମାଆ ହତ୍ୟା କରି ଖଣ୍ଡ ଖଣ୍ଡ କରିବା ପରେ ଦୁଇ ମାସ ହେଲା ମୃତଦେହ ସହ ଏକାକୀ ଘରେ ରହୁଥିଲେ । ଗତ ମଙ୍ଗଳବାର ରାତିରେ ରିମ୍ପଲ ଓ ତାଙ୍କର ମାମୁଁ ସ୍ଥାନୀୟ କାଲାଚୌକି ଥାନାରେ ବୀଣାଙ୍କ ନିଖୋଜ ସମ୍ପର୍କରେ ଅଭିଯୋଗ କରିଥିଲେ । ଏହାପରେ ପୋଲିସର ଏକ ଟିମ୍ ପେରୁ କମ୍ପାଉଣ୍ଡ ଅଞ୍ଚଳରେ ଥିବା ବୀଣାଙ୍କ ଘରେ ପହଞ୍ଚି ଛାନଭିନ୍ କରିଥିଲା । ଏହି ସମୟରେ ଘର ଭିତରୁ ଅତି ଦୁର୍ଗନ୍ଧ ବାହାରି ଥିଲା । ଖୋଜାଖୋଜି ସମୟରେ ଆଲମିରା ଓ ପାଣି ଟାଙ୍କି ଭିତରୁ ପ୍ଲାଷ୍ଟିକ ବ୍ୟାଗରୁ ମହିଳାଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ମିଳିଥିଲା । ମୃତଦେହ ଖଣ୍ଡ ଗୁଡିକ ପଚି ଯାଇଥିବାରୁ ପ୍ରାୟ ଦୁଇ ମାସ ତଳେ ହତ୍ୟାକାଣ୍ଡ ଘଟିଥିବା ପୋଲିସ ସନ୍ଦେହ କରୁଛି । ଛୁରୀ ଓ ଇଲେକ୍ଟ୍ରିକ ମାର୍ବଲ କଟରେ ମହିଳାଙ୍କୁ ଶରୀର କଟା ଯାଇଥିବା ପୋଲିସ କହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking